ସାନ ଭଉଣୀ ସମ୍ବୋଧନ କରି ମମତାଙ୍କୁ କଡ଼ା ବାର୍ତ୍ତା ଦେଲେ ରାଜ୍ୟପାଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

ସାନ ଭଉଣୀ ସମ୍ବୋଧନ କରି ମମତାଙ୍କୁ କଡ଼ା ବାର୍ତ୍ତା ଦେଲେ ରାଜ୍ୟପାଳ!

କୋଲକାତା: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ଶପଥପାଠ କରାଇଥିଲେ। ତେବେ ଶପଥ ଗ୍ରହଣ ଉତ୍ସବ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ବାର୍ତ୍ତା ଦେଇଥିଲେ ରାଜ୍ୟପାଳ।

ମମତା ବାନାଜୀ ପାଖରେ ଛିଡ଼ା ହୋଇଥିବା ବେଳେ ରାଜ୍ୟପାଳ ଜଗଦୀପ ଧନଖର କହିଥିଲେ, ମୁଁ ଆଶା କରୁଛି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ଗ୍ରହଣ କରିବେ।

ଏହା ପରେ ମମତାଙ୍କୁ ନିଜର ସାନ ଭଉଣୀ ବୋଲି ସମ୍ବୋଧନ କରି ରାଜ୍ୟପାଳ କହିଥିଲେ, ମୁଁ ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦିତ କରିବେ। ଆପଣଙ୍କୁ ଦଳରୁ ଊର୍ଦ୍ଧ୍ୱରେ ରହିବାକୁ ପଡ଼ିବ। ମୁଁ ନିଶ୍ଚିତ ଯେ ଆପଣ ଶାସନର ଏକ ନୂଆ ଧାରା ଆରମ୍ଭ କରିବେ।

ରାଜ୍ୟପାଳଙ୍କ ପୂର୍ବରୁ ମମତା କହିଥିଲେ ଯେ କୋଭିଡ୍‌ ମୁକାବିଲା ତାଙ୍କର ପ୍ରଥମ ପ୍ରାଧାନ୍ୟ ହେବ। ଆଉ ଦ୍ୱିତୀୟ ପ୍ରାଧାନ୍ୟ ହେବ ରାଜ୍ୟର ଆଇନ ଶୃଙ୍ଖଳ ବ୍ୟବସ୍ଥାକୁ ସଜାଡ଼ିବା। ଆଇନ ଶୃଙ୍ଖଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ନୂଆ ଅଧିକାରୀ ନିଯୁକ୍ତ କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ରବିବାର ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇ ଆଜି ସାରା ଦେଶରେ ଧାରଣା ପ୍ରଦର୍ଶନ କରାଯାଉଛି।

The post ସାନ ଭଉଣୀ ସମ୍ବୋଧନ କରି ମମତାଙ୍କୁ କଡ଼ା ବାର୍ତ୍ତା ଦେଲେ ରାଜ୍ୟପାଳ! appeared first on Odisha Reporter.



from Odisha Reporter https://ift.tt/3eTP9US

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages