ମଙ୍ଗଳବାର କରୋନା ନେଲା ୩,୭୮୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ମଙ୍ଗଳବାର କରୋନା ନେଲା ୩,୭୮୦ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀରେ ଏବେ ମୃତ୍ୟ ସଂଖ୍ୟା ବଢ଼ୁଛି। ଯାହାକି ସମଗ୍ର ଦେଶ ପାଇଁ ଚିନ୍ତାଜନକ ପାଲଟିଛି। ଆକ୍ରାନ୍ତଙ୍କ ତୁଳନାରେ ଆବଶ୍ୟକ ବେଡ୍ ଏବଂ ଅକ୍ସିଜେନ ଆଜି ନଥିବାରୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବୁଧବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,୭୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨,୨୬,୧୮୮ ହୋଇଛି।  ଏହି ଅବଧି ମଧ୍ୟରେ ୩,୮୨,୩୧୫ ଜଣ କୋଭିଡରେ ନୂଆ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ବର୍ତ୍ତମାନ ୩୪,୮୭୨୨୯ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଏହି ଅବଧି ମଧ୍ୟରେ ୩,୩୮,୪୩୯ ଆକ୍ରାନ୍ତ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୦୬,୬୫,୧୪୮ କୁ ବୃଦ୍ଧି ପାଇଛି। ଦେଶରେ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨,୨୬,୧୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସା ପରେ ୧,୬୯,୫୧,୭୩୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୮୦ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୪୮.୨୨ ଲକ୍ଷରେ ପହଞ୍ଚିଛି। ଏଥିସହିତ କରୋନା ଯୋଗୁଁ ୮୯୧ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ପରେ କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି।

ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି। ବୁହ ଦିନ ପରେ ସଂକ୍ରମଣ ସଂଖ୍ୟା ୨୦ ହଜାରକୁ ଖସି ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୯,୯୫୩ ସଂକ୍ରମଣ ହୋଇଥିବାବେଳେ ୩୩୮ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀର ମୋଟ ସଂକ୍ରମଣ ସଂଖ୍ୟା ୧୨,୩୨,୯୪୨କୁ ବୃଦ୍ଧି ପାଇଛି। ଏହି ମହାମାରୀ ଯୋଗୁଁ ରାଜଧାନୀରେ ଏପର୍ଯ୍ୟନ୍ତ ୧୭,୭୫୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୯୦,୪୧୯।

The post ମଙ୍ଗଳବାର କରୋନା ନେଲା ୩,୭୮୦ ଜୀବନ appeared first on Odisha Reporter.



from Odisha Reporter https://ift.tt/3vGjc97

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages