ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ

ୱାଶିଂଟନ: ବିବାହର ୨୭ ବର୍ଷ ପରେ ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆସିଛି  ଏହାର ଏକ ନୂଆ ଆଙ୍ଗେଲ। ଏହି ହାଇ ପ୍ରୋଫାଇଲ ବିଚ୍ଛେଦ ପରେ ବିଲ ଗେଟ୍ସଙ୍କ ପୁରୁଣା ପ୍ରେମିକା ଏନ୍‌ ବିନୱେଲ୍ଡଙ୍କ ଉପରେ ପଡ଼ିଛି ସମସ୍ତଙ୍କ ନଜର।

ବହୁତ କମ୍‌ ଲୋକ ହିଁ ବିଲ ଗେଟ୍ସଙ୍କ ପ୍ରେମିକା ଭାବେ ବିନୱେଲ୍ଡଙ୍କୁ ଚିହ୍ନିଛନ୍ତି।  ଉଭୟଙ୍କ ସମ୍ପର୍କ ବହୁ ପୁରୁଣା ହୋଇଥିବା ବେଳେ ପ୍ରେମିକାଙ୍କୁ ନେଇ ମେଲିଣ୍ଡାଙ୍କ ସହ ବିବାହ ନିମନ୍ତେ ବିଲ୍‌ ରଖିଥିଲେ ଅଜବ ସର୍ତ୍ତ।

୧୯୯୭ ମସିହାରେ ଟାଇମ୍‌ ପତ୍ରିକାକୁ ଦେଇଥିବା ଇଣ୍ଟରଭ୍ୟୁୟରେ ବିଲ୍‌ କହିଥିଲେ କି ୧୯୯୪ ମସିହାରେ ବିବାହ ସମୟରେ ମେଲିଣ୍ଡାଙ୍କ ସହ ସେ ଏକ ଏଗ୍ରିମେଣ୍ଟ କରିଥିଲେ। ଏହି ଏଗ୍ରିମେଣ୍ଟ ମୁତାବକ ପ୍ରତିବର୍ଷ ବିଲ୍‌ ନିଜ ପୁରୁଣା ଗାର୍ଲଫ୍ରେଣ୍ଡ ବିନୱେଲ୍ଡଙ୍କ ସହ ଏକ ଲମ୍ବା ଛୁଟି କାଟିବେ। କେବଳ ଏତିକି ନୁହେଁ, ମେଲିଣ୍ଡାଙ୍କୁ ବିବାହ ପୂର୍ବରୁ ସେ ପ୍ରଥମେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଫୋନ୍‌ କରି ତାଙ୍କ ଅନୁମତି ନେଇଥିବା ମଧ୍ୟ କହିଥିଲେ ।

ଏକ ସ୍ପୋର୍ଟ୍ସୱେୟାର ଏକ୍ସପର୍ଟ ଥିବା ବିନୱେଲ୍ଡ ବିଲ୍‌ଙ୍କଠାରୁ ୫ ବର୍ଷ ବଡ଼।  ପରସ୍ପରଠୁ ଦୂରରେ ରହୁଥିବାରୁ ଉଭୟ ପ୍ରାୟତଃ ଭର୍ଚୁଆଲ ଡେଟ କରିଥାନ୍ତି ବୋଲି କହିଛନ୍ତି।

୨୦୦୫ ମସିହାରେ ବିନୱେଲ୍ଡ ଏକ ସାକ୍ଷାତକାରରେ କହିଥିଲେ ଯେ, ଆମେ ଦୁହେଁ ଯେବେ ପ୍ରଥମେ ଡେଟ କଲୁ, ସେତେବେଳେ ବିଲ୍‌ ଜଣେ ସାଧାରଣ ଯୁବକ ଥିଲେ। ତାଙ୍କ ପାଖେ ସେପରି ଅଧିକ ଟଙ୍କା ନ ଥିଲା। ଏପରିକି ସେତେବେଳେ ତାଙ୍କଠୁ ମୋ ଆର୍ଥିକ ସ୍ଥିତି ଭଲ ଥିବାରୁ ମୋତେ ସବୁ ବିଲ୍‌ ପେମେଣ୍ଟ କରିବାକୁ ପଡ଼ୁଥିଲା ବୋଲି ସେ କହିଥିଲେ।

ବିନୱେଲ୍ଡଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ବିଲ୍‌ ନନ୍‌ଭେଜ ଖାଇବା ମଧ୍ୟ ଛାଡ଼ି ଦେଇଥିଲେ। ୧୯୮୭ ମସିହାରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏହାପରେ ଉଭୟ ନିଜ ନିଜ ପଥ ବାଛି ନେଇ ଅଲଗା ଅଲଗା ଜୀବନସାଥୀଙ୍କ ହାତ ଧରିଥିଲେ। ଏହାସତ୍ତ୍ୱେ ଉଭୟ ବର୍ଷକରେ ଥରେ ଏକ ସଙ୍ଗେ ଲମ୍ବା ଛୁଟି କାଟିବାକୁ ଯାଉଥିଲେ।

ବର୍ତ୍ତମାନ ୫୬ ବର୍ଷରେ ପାଦ ଦେଇଥିବା ମେଲିଣ୍ଡା ୧୯୮୭ରେ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ନ୍ୟୁୟର୍କରେ ସେହିବର୍ଷ ପ୍ରଥମଥର ପାଇଁ ଗୋଟିଏ ବିଜନେସ ଡିନରରେ ସେ ଓ ବିଲ୍‌ ଗେଟ୍ସ ଏକାଠି ବସିଥିଲେ। ପରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ। ୧୯୯୪ ମସିହାରେ ବିଲ ଓ ମେଲିଣ୍ଡା ବିବାହ କରିଥିଲେ। ଏହି ବିବାହ କାର୍ଯ୍ୟକ୍ରମ ଲାନିଆର ହାୱିଆନ ଦ୍ୱୀପପୁଞ୍ଜରେ ହୋଇଥିଲା। ଅଜଣା ଅତିଥି କାଳେ ବାହାଘରରେ ପ୍ରବେଶ କରିଯିବେ, ସେଥିପାଇଁ ବିଲ ଗେଟ୍ସ ସମସ୍ତ ସ୍ଥାନୀୟ ହେଲିକପ୍ଟରକୁ ଭଡ଼ା ଦେଇ ନିଜ ପାଖରେ ରଖିଥିଲେ। ଗତବର୍ଷ ବିଲ ଗେଟ୍ସ ମାଇକ୍ରୋସଫ୍ଟ ବୋର୍ଡରୁ ଓହରି ଯାଇଥିଲେ।

ସବୁକିଛି ଠିକ୍‌ ଚାଲିଥିବା ବେଳେ ହଠାତ୍‌ ୬୫ ବର୍ଷୀୟ ବିଲ୍ ଗେଟ୍ସ ଓ ୫୬ ବର୍ଷୀୟା ମଲିଣ୍ଡା ଗେଟ୍ସ  ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି। ବିଶ୍ୱର ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪,୬୦୦ କୋଟି ଡଲାର୍‌ର ସଂପତ୍ତି।   

ବିଶ୍ୱର ଅନ୍ୟତମ କୁବେର ଦଂପତି ବିଲ୍ ଗେଟ୍ସ ଓ ମେଲିଣ୍ଡାଙ୍କ ବିବାହ ବିଚ୍ଛେଦକୁ ନେଇ ଯେତିକି ଚର୍ଚ୍ଚା, ସେମାନଙ୍କର ସଂପତ୍ତି ଭାଗବଣ୍ଟାକୁ ନେଇ ଜାରି ରହିଛି ସେତିକି ଉତ୍ସୁକତା। କାରଣ ଏହି ଦଂପତିଙ୍କ ପାଖରେ ଅଛି  ପ୍ରାୟ ୧୪୬ ବିଲିୟନ୍ ବା ୧୪ ହଜାର ୬୦୦ କୋଟି ଡଲାରର ବିପୁଳ ସଂପତ୍ତି। ୨୭ ବର୍ଷର ଦାଂପତ୍ୟକୁ ସେମାନେ ଭାଙ୍ଗିବାକୁ ନିଷ୍ପତ୍ତି ନେଇସାରିଥିବା ବେଳେ, ଏହି ଅବଧିରେ ମିଳିତ ଭାବେ ସେମାନେ ହାସଲ କରିଛନ୍ତି ବହୁ ସଂପତ୍ତି। ତେଣୁ ବିବାହ ବିଚ୍ଛେଦର ପରିଣାମ ଭାବେ କାହା ପାଖକୁ କେତେ ସଂପତ୍ତି ଯିବ, ସଂପତ୍ତିର ଭାଗବଣ୍ଟା କେଉଁ ଆଧାରରେ ହେବ, ଏସବୁ କଥା ଏବେବି ରହସ୍ୟ ଘେରରେ ରହିଛି।

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହି କଂପାନୀ ଛାଡ଼ିବା ପରେ, ସେଥିରୁ ଅର୍ଜିତ ଅର୍ଥରେ କାସ୍କେଡ୍ ଇନଭେଷ୍ଟମେଣ୍ଟ ନାମରେ ଏକ ହୋଲ୍ଡିଂ କଂପାନୀ ପ୍ରତିଷ୍ଠା କରିଥିଲେ। ଏଥିରେ ମେଲିଣ୍ଡାଙ୍କର ମଧ୍ୟ ଭାଗ ରହିଛି। ସେପଟେ ଏହି ଧନୀ ଦଂପତି ଆମେରିକାର ବୃହତ୍ ଜମି ମାଲିକଙ୍କ ମଧ୍ୟରୁ ଜଣେ। ଓ୍ୱାଶିଂଟନ୍‌ରେ ସେମାନଙ୍କର ୬୬ ହଜାର ବର୍ଗ ଫୁଟ୍‌ର ଏକ ମାନ୍ସନ୍ ରହିଛି।

The post ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ appeared first on Odisha Reporter.



from Odisha Reporter https://ift.tt/3enhSlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages