ଆଶାରାମ ଆଇସିୟୁରେ ଭର୍ତ୍ତି, ଏମ୍ସ ନେବାକୁ ଚାଲିଛି ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ଆଶାରାମ ଆଇସିୟୁରେ ଭର୍ତ୍ତି, ଏମ୍ସ ନେବାକୁ ଚାଲିଛି ପ୍ରସ୍ତୁତି

ଯୋଧପୁର: ବିବାଦୀୟ ତଥା ଆତ୍ମଘୋଷିତ ‘ଭଗବାନ’ ଆଶାରାମ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁ କରୋନାରେ ସଂକ୍ରମିତ ହେବା ପରେ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ସେ ରାଜସ୍ଥାନର ଯୋଧପୁର ସହରରେ ଥିବା ମହାତ୍ମାଗାନ୍ଧୀ ହସ୍ପିଟାଲର ଆଇସିୟୁରେ ରହିଛନ୍ତି। ସେ ଯେଉଁ ଜେଲରେ ଥିଲେ ସେଠାରେ ଥିବା ଅନ୍ୟ ୧୨ ଜଣ ଅନ୍ତେବାସୀ ମଧ୍ୟ କୋଭିଡ ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ତିନି ଦିନ ପୂର୍ବେ ଆଶା ରାମଙ୍କର କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପିଜିଟିଭ୍ ହୋଇଥିଲା। ୮୦ ବର୍ଷୀୟ ଅଶାରାମ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ତାଙ୍କର ଅକ୍ସିଜେନ ସ୍ତର ବହୁତ କମ୍ ଥିବା ନେଇ କହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

ଆଶାରାମ ଅସୁସ୍ଥ ଥିବା ଶୁଣି ତାଙ୍କର ଅନେକ ସମର୍ଥକ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ଆସିଥିବା ସୂଚନା ରହିଛି। ଏବେ ଆଶାରାମଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଶାରାମ ଯୋଧପୁର ଜେଲରେ ଆଜୀବନ ସଜା କରୁଛନ୍ତି।

ଏହାପୂର୍ବରୁ ସେ ଦୁଷ୍କର୍ମ ମାମଲାରେ ଦଣ୍ଡିତ ହେବା ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ। ଜଣେ ୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଏସସି / ଏସଟି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୩ରେ ନାବାଳିକା ଜଣକ ଯୋଧପୁର ସ୍ଥିତ ଆଶାରାମଙ୍କ ଆଶ୍ରମରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ୨୦୧୪ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା।

The post ଆଶାରାମ ଆଇସିୟୁରେ ଭର୍ତ୍ତି, ଏମ୍ସ ନେବାକୁ ଚାଲିଛି ପ୍ରସ୍ତୁତି appeared first on Odisha Reporter.



from Odisha Reporter https://ift.tt/3ts6nhg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages