ନୂଆଦିଲ୍ଲୀ: ଗୁଜରାଟ ଗସ୍ତରେ ଆସିବ ଆମେରିକାର ବିଶେଷଜ୍ଞ ଟିମ୍। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନିଖୋଜ ହୋଇଥିଲେ ଆମେରିକାର ୪୦୦ରୁ ଅଧିକ ସୈନିକ। ଏହି ସୈନିକଙ୍କ ମୃତଦେହ ଗୁଜରାଟରେ ରହିଛି ବୋଲି ଆମେରିକା କହିଛି। ତେଣୁ ଏସବୁକୁ ଖୋଜିବା ପାଇଁ ଆମେରିକାର ପ୍ରତିରକ୍ଷା ବିଭାଗ ପ୍ରସ୍ତାବ ଦେଇଛି। ଅହମଦାବାଦ ସ୍ଥିତ ଗାନ୍ଧିନଗରର ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି (NFSU)ର ସହଯୋଗରେ ଆମେରିକା ମୃତ ସୈନିକଙ୍କୁ ଖୋଜିବାକୁ ପ୍ରୟାସ କରିବ ବୋଲି ଜଣାପଡ଼ିଛି।
ଆମେରିକାର ପ୍ରତିରକ୍ଷା ବିଭାଗ ଅଧୀନରେ କାମ କରୁଥିବା ଅନ୍ୟ ଏକ ସଂସ୍ଥା DPAA (ଡିପିଏଏ) କୁ NFSUର ବିଶେଷଜ୍ଞମାନେ ସାହାଯ୍ୟ କରିବେ। ଡିପିଏଏ ହେଉଛି ଏକ ସଂଗଠନ ଯାହା ଯୁଦ୍ଧ ସମୟରେ ନିଖୋଜ ଏବଂ କଏଦ ହୋଇଥିବା ସୈନିକମାନଙ୍କର ହିସାବ ରଖେ।
NFSU ର DPAAର ପ୍ରୋଜେକ୍ଟ ମ୍ୟାନେଜର ଡକ୍ଟର ଗାର୍ଗୀ ଜାନି ଏହି ସୂଚନା ଦେଇଛନ୍ତି। ଆମେରିକାର ନିଖୋଜ ସୈନିକଙ୍କ ମୃତଦେହ ଖୋଜିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।
ଗାର୍ଗୀ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ, କୋରିଆ ଯୁଦ୍ଧ, ଭିଏତନାମ ଯୁଦ୍ଧ ଏବଂ ଶୀତଳ ଯୁଦ୍ଧ ସମୟରେ ଆମେରିକାର ୮୧,୮୦୦ ଯବାନ ନିଖୋଜ ହୋଇଥିଲେ। ସେଥିମଧ୍ୟରୁ ୪୦୦ ଭାରତରେ ନିଖୋଜ ହୋଇଛନ୍ତି। ଡକ୍ଟର ଗାର୍ଗୀ କହିଛନ୍ତି ଯେ ଏନଏଫଏସୟୁ (NFSU) ଡିପିଏଏ (DPAA) ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ। ବୈଜ୍ଞାନିକ ଏବଂ ଲଜିଷ୍ଟିକ୍ ଦୃଷ୍ଟି କୋଣରୁ ମଧ୍ୟ ଏନଏଫଏସୟୁ ସହଯୋଗ କରିବ ବୋଲି କହିଛି।
The post ନିଖୋଜ ୪୦୦ ସୈନିକଙ୍କୁ ଖୋଜିବାକୁ ଗୁଜରାଟ ଆସିବ ଆମେରିକାର ବିଶେଷଜ୍ଞ ଟିମ୍ appeared first on Odisha Reporter.
from Odisha Reporter https://ift.tt/2R7Hz15
No comments:
Post a Comment