ବିଷାକ୍ତ ମଦ ପିଇ ଗଲା ୫୬ ଜୀବନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ବିଷାକ୍ତ ମଦ ପିଇ ଗଲା ୫୬ ଜୀବନ !

ଆଲିଗଡ଼: ବିଷାକ୍ତ ମଦ ପିଇ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ଏହି ମମାଲାରେ ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହେଉଛି। ଏଯାବତ ୨୫ ଜଣଙ୍କର ବିଷାକ୍ତ ମଦରେ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ଅନେକ ମୃତକଙ୍କ ପରିବାର ଲୋକ ରବିବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଅନେକ ମୃତକଙ୍କ ଶବ ବ୍ୟବଚ୍ଛେଦ କରାନଯାଇ ପ୍ରଶାସନ ବଳ ପୂର୍ବକ ଅନ୍ତିମ ସଂସ୍କାର କରିଥିବା ଅଭିଯୋଗ ହୋଇଛି। ହେଲେ ଏଯାବତ ୫୧ ଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା କହିଛି ପ୍ରଶାସନ।

ଏହି ମାମଲାର ଅଭିଯୁକ୍ତ ବିପିନ ଯାଦବଙ୍କୁ ପୁଲିସ ରବିବାର ଗିରଫ କରିଥିବା ସୂଚନା ରହିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଋଷି ଶର୍ମା ଏବେ ବି ଗିରଫ ହୋଇପାରିନଥିବା ସୂଚନା ରହିଛି।

ଆଲିଗଡ଼ର ଜିଲ୍ଲାପାଳ ଚନ୍ଦ୍ର ଭୂଷଣ କହିଛନ୍ତି ଯେ ବିଷାକ୍ତ ମଦ ପିଇବାରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ବାକି ମୃତକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ରଖାଯାଇଛି। ଏବେ ୧୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜିଲ୍ଲାପାଳ କହିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ବିଷାକ୍ତ ମଦ ପିଇବାରୁ  ୨୫ ଜଣଙ୍କର ମୃତ୍ୟୁ ଘଟିଛି। ବାକି ମୃତକଙ୍କ ଭିସେରାକୁ ସୁରକ୍ଷିତ ରଖାଯାଇଛି।

ସୂଚନାଯୋଗ୍ୟ, ଏହି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତର ଶାସକ ଦଳ ବିଜେପି ସହ ଲିଙ୍କ୍ ସାମ୍ନାକୁ ଆସିଛି। ବିଜେପି ସାଂସଦ ସତୀଶ ଗୌତମ କହିଛନ୍ତି ଯେ ମୃତ୍ୟୁ ପାଇଁ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ଦାୟୀ। ପ୍ରଶାସନର ଅବହେଳା ପାଇଁ ଏଭଳି ଘଟଣା ଘଟିଛି। ସେ ଗାଁ ଯାଇ ମୃତକଙ୍କ ପରିବାରକୁ ଭେଟିବେ ବୋଲି କହିଛନ୍ତି। ଜିଲ୍ଲପାଳ ଜିଲ୍ଲାର ମୁଖିଆ। ଏତେବଡ କାଣ୍ଡ ଜିଲ୍ଲାରେ ଘଟୁଛି ହେଲେ ଜିଲ୍ଲାପାଳ ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ କହି ଏହି ବିଜେପି ନେତା ଜିଲ୍ଲାପାଳଙ୍କ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି।

The post ବିଷାକ୍ତ ମଦ ପିଇ ଗଲା ୫୬ ଜୀବନ ! appeared first on Odisha Reporter.



from Odisha Reporter https://ift.tt/3uFyZnH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages