କୋଭିଡ ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ରଛାତ୍ରୀ, ଗଛରେ ପିଟି ହେଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

କୋଭିଡ ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ରଛାତ୍ରୀ, ଗଛରେ ପିଟି ହେଲା ବସ୍‌

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କୋଭିଡ ଡ୍ୟୁଟି ନିମନ୍ତେ କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ବସ୍‌ ନୟାଗଡ଼ରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗତ କାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଗତକାଲି କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଏକ ବସ୍‌ ଯାଉଥିଲା। ବିଳମ୍ବିତ ରାତିରେ ବସ୍‌ଟି ନୟାଗଡ଼ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ବାଣିଗୋଛା ଥାନା ଦୁର୍ଗାପ୍ରସାଦଠାରେ ଏକ ଗଛରେ ପିଟିହେଲା ବସ୍‌। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଥିବା ବେଳେ ଅନ୍ୟ ଏକ ଗାଡି ରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ଯାଇଥିଲେ ।

The post କୋଭିଡ ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ରଛାତ୍ରୀ, ଗଛରେ ପିଟି ହେଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3vPKgmv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages