ମମତା ସରକାର ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ମମତା ସରକାର ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ। ନିର୍ବାଚନ ପରେ ଦେଖାଦେଇଥିବା ହିଂସାକୁ ନେଇ ଗୁରୁବାର ଟିଏମସି ସରକାର ଉପରେ ବର୍ଷିଛନ୍ତି ହାଇକୋର୍ଟ। ରାଜ୍ୟରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେ ନେଇ ତିନି ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ରିପୋର୍ଟ ଦାଖଲ କରିବା ବେଳେ କେଉଁ କେଉଁ ସ୍ଥାନରେ ହିଂସା ହୋଇଛି, ସେଠାକାର ସ୍ଥିତି କଣ ରହିଛି। ହିଂସାକୁ ପ୍ରଶମିତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଆଦି ସମସ୍ତ ବିଷୟରେ ବିସ୍ତୃତ ଭାବରେ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି।

ବିଧାନସଭା ନିର୍ବାଚନରେ ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲା। ଆଉ ଏହାପରେ ୧୨ ବିଜେପି ନେତା ହତ୍ୟାର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଛି। ଏମିତିକି ଟିଏମସି କର୍ମୀ ବିଜେପି ସମର୍ଥକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ବିଜେପି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ଏହାପରେ ରାଜ୍ୟ ଗୃହ ସଚିବଙ୍କୁ ତିନି ଦିନ ମଧ୍ୟରେ ହିଂସା ବାବଦରେ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମେ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ତେବେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ହିଂସାକୁ ପ୍ରଶମିତ କରିବା ତାଙ୍କର ପ୍ରଥମ କାମ ବୋଲି କହିଥିଲେ। ଏହାପରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମମତା ବାନାର୍ଜୀ। ସରକାରଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୧୬ ଜଣ ହିଂସାର ଶିକାର ହେବାରୁ ଆଖି ବୁଜିଛନ୍ତି। ଯେଉଁଥିରେ ବିଜେପିର ୯ ଜଣ, ୬ ଜଣ ଟିଏମସିର ଏବଂ ଜଣେ ବାପପନ୍ଥୀ ସମର୍ଥକ ରହିଛନ୍ତି।

ସେହିପରି କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ନିର୍ବାଚନୀ ପରେ ଦେଖାଦେଇଥିବା ହିଂସାକୁ ନେଇ ମମତା ସରକାରକୁ ରିପୋର୍ଟ ଦେବାକୁ କହିଛନ୍ତି। ଗୁରୁବାର କେନ୍ଦ୍ର ଗୃହ ବିଭାଗର ଚାରି ଜଣିଆ ଟିମ୍ ଆସି ପଶ୍ଚିମବଙ୍ଗର ବିଭିନ୍ନ ହିଂସାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରି ଫେରିଛି।

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

The post ମମତା ସରକାର ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/3bbj4XC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages