ନିଆଁରେ ପୋଡ଼ି ମହିଳାଙ୍କୁ ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ନିଆଁରେ ପୋଡ଼ି ମହିଳାଙ୍କୁ ହତ୍ୟା ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ଥାନା ମଠସାହିରେ ଘଟିଛି ଏକ ଦୁଃଖଦ ଘଟଣା। ନିଆଁରେ ପୋଡ଼ି ହୋଇ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ। ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ସେହି ବଖରାରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି।

ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତ ମହିଳାଙ୍କ ସ୍ୱାମୀ ଓ ନଣଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରୀନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ରୀନାଙ୍କୁ ତିନି ବର୍ଷ ହେଲା ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ଓ ଏବେ ପୋଡ଼ି ମାରି ଦେଇଛନ୍ତି ବୋଲି ତାଙ୍କ ମା’ ସବିତା ବେହେରା ଅଭିଯୋଗ କରିଛନ୍ତି।

The post ନିଆଁରେ ପୋଡ଼ି ମହିଳାଙ୍କୁ ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3vMgbV5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages