ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପାଇଁ ତେଲ ଦର ବୃଦ୍ଧି ହୋଇଛି। ମଙ୍ଗଳବାର ପରେ ବୁଧବାର ଲଗାତାର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ପାଖାପାଖି ୬୬ ଦିନ ତେଲ ଦର ଅପରିବର୍ତ୍ତିତ ରହିବା ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ବୁଧବାର ତେଲ କମ୍ପାନୀ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି। ଗତକାଲି ମଙ୍ଗଳବାର ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ଅର୍ଥାତ୍ ଦୁଇ ଦିନରେ ପେଟ୍ରୋଲ ୩୪ ଏବଂ ଡିଜେଲ ୩୭ ପଇସା ମହଙ୍ଗା ହୋଇଛି।
ବୁଧବାର ତେଲ ଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ରୁ ୯୦.୭୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଡିଜେଲ ଲିଟର ପିଛା ୮୦.୯୧ ରୁ ୮୧.୧୨ ଟଙ୍କାକୁ ବୃଦ୍ଧି ପାଇଛି। ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୧୨ ଟଙ୍କା, ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ୯୨.୭୦ ଟଙ୍କା ଏବଂ ଡିଜେଲ ୮୬.୦୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ୯୦.୯୨ ଟଙ୍କା ଏବଂ ଡିଜେଲ ୮୩.୯୮ ଟଙ୍କାକୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ତେଲ ଦର ଅପରିବର୍ତ୍ତିତ ରହିଥିଲା। ଏବେ କିନ୍ତୁ ନିର୍ବାଚନ ଶେଷ ହେବା ପରେ ତେଲ ଦର ପୁଣିଥରେ ଉପରମୁହାଁ ହୋଇଛି। ବର୍ଷକ ମଧ୍ୟରେ ପେଟ୍ରୋଲର ଲିଟର ପିଛା ପ୍ରାୟ ୨୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨୦ ଟଙ୍କା ବୃଦ୍ଧି।
The post କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3ul3foN
No comments:
Post a Comment