ନୂଆଦିଲ୍ଲୀ: ଫେବୃଆରୀ ୨୫ରେ ଜାରି ହୋଇଥିବା ଡିଜିଟାଲ ମିଡିଆ ନିୟମାବଳୀ କାହିଁକି ପାଳନ କରିନ ବୋଲି ବୁଧବାର ସମସ୍ତ ସୋଶାଲ ମିଡିଆ କମ୍ପାନୀକୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର। ଆଇଟି ମନ୍ତ୍ରଣାଳୟ ପଚାରିଛି ଯେ ସେମାନେ କାହିଁକି ଆବଶ୍ୟକ ଅଧିକାରୀଙ୍କୁ ନିଯୁକ୍ତ କରିନାହାଁନ୍ତି, ଯଦି ସେମାନଙ୍କୁ ନିଯୁକ୍ତ କରାଯାଇଛି, ତେବେ ବୁଧବାର ସନ୍ଧ୍ୟା ଯାଏ ସମସ୍ତଙ୍କ ବିବରଣୀ ଦିଅ। ମନ୍ତ୍ରାଳୟ କହିଛି ଯେ ଯଦି ସେମାନେ ନିଜକୁ ସୋଶାଲ ମିଡିଆ ବୋଲି ଭାବନ୍ତି ନାହିଁ, ତେବେ ଏହାର କାରଣ ଜଣାଇବା ଦରକାର।
ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କେନ୍ଦ୍ର କହିଥିଲା। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି। ଯାହାକୁ ନେଇ ବିବାଦ ଉପୁଜିଛି।
ଆଇଟି ମନ୍ତ୍ରାଳୟ କହିଛି ଯେ ବୁଧବାର ପାଖରୁ ସୋଶାଲ ମିଡିଆ କମ୍ପାନୀଗୁଡିକ ବିବାଦରେ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ସରକାର ସୋଶାଲ ମିଡିଆ କମ୍ପାନୀକୁ ଆଇଟି ନିୟମ ଅନୁଯାୟୀ ସବିଶେଷ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। ଆଇଟି ମନ୍ତ୍ରାଳୟ ବୁଧବାର ଏକ ଚିଠିରେ ସମସ୍ତ ସୋଶାଲ ମିଡିଆ କମ୍ପାନୀକୁ କହିଛି ଯେ ଭାରତରେ ୫୦ ଲକ୍ଷରୁ ଅଧିକ ପଞ୍ଜୀକୃତ ୟୁଜରଙ୍କୁ ସୋଶାଲ ମିଡିଆ ସଂସ୍ଥା ଭାବରେ ବିବେଚନା କରାଯାଏ।
Ministry of Electronics & Information Technology asks all social media intermediaries compliance details over the new 'the InformationTechnology (Intermediary Guidelines and Digital Ethics Code) Rules, 2021'. pic.twitter.com/5hvWekHK8n
— ANI (@ANI) May 26, 2021
ଏଥିସହ ସେହି ସଂସ୍ଥାଗୁଡ଼ିକୁ ସେମାନଙ୍କ ଆପର ନାମ, ୱେବସାଇଟ୍ କିମ୍ବା ସେବା ଗୁଡିକର ଅନୁପାଳନ ସ୍ଥିତି ପ୍ରଦାନ କରିବାକୁ କୁହାଯାଇଛି ଯାହାର ପରିସର ନୂତନ ଆଇଟି ନିୟମ ଅଧୀନରେ ରହିଛି। ଏହି ଚିଠିରେ ଚିଫ୍ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଧିକାରୀଙ୍କ ନାମ ଏବଂ ବିବରଣୀ ଓ ଠିକଣା ପ୍ରଦାନ କରିବାକୁ କୁହାଯାଇଛି। ସରକାର ପ୍ରଶ୍ନର ଜବାବ ଶୀଘ୍ର ଦେବାକୁ କହିଛନ୍ତି। ଏବେ ତାରିଖ ଘୁଞ୍ଚାଯାଇ ପାରିବ ନାହିଁ ବୋଲି କେନ୍ଦ୍ର କହିଛି।
The post କେନ୍ଦ୍ର ମାଗିଲା ଜବାବ: ‘କାହିଁକି ସୋଶାଲ ମିଡିଆ କମ୍ପାନୀ ନୂଆ ନିୟମ ପାଳନ କରିନ’ appeared first on Odisha Reporter.
from Odisha Reporter https://ift.tt/3uoI3NT
No comments:
Post a Comment