କେନ୍ଦ୍ରର ନୂଆ ନିୟମକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହ୍ୱାଟସଆପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

କେନ୍ଦ୍ରର ନୂଆ ନିୟମକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହ୍ୱାଟସଆପ୍

ନୂଆଦିଲ୍ଲୀ: ନୂଆ ସୋଶାଲ ମିଡିଆ ନିୟମାବାଳୀକୁ ନେଇ କେନ୍ଦ୍ର ସରକାର ଓ ହ୍ୱାଟସଆପ୍ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରର ନୂଆ ନିୟମକୁ ବିରୋଧ କରି ହ୍ୱାଟସଆପ୍ ମେ ୨୫ରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଜରିଆରେ ୨୬ ତାରିଖରୁ ସରକାର ଲାଗୁ କରିଥିବା ନୂଆ ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟସଆପ୍ ଆବେଦନ କରିଛି। ଏହି ଆବେଦନ ଜରିଆରେ ହ୍ୱାଟସଆପ୍ କହିଛି ନୂଆ ନିୟମ ଦ୍ୱାରା ୟୁଜରଙ୍କ ଗୋପନୀୟତା ପ୍ରଭାବିତ ହେବ। ଏହା ପରେ କେନ୍ଦ୍ର ସରକାର କମ୍ପାନୀକୁ ନିଜର ସୀମା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଆଇଟି ମନ୍ତ୍ରାଳୟ କହିଛି ଯେ କେନ୍ଦ୍ର ସରକାର ଗୋପନୀୟତା ଅଧିକାରକୁ ସମ୍ମାନ କରନ୍ତି। ମନ୍ତ୍ରଣାଳୟ କହିଛି ଯେ ଯଦି ହ୍ୱାଟସଆପକୁ କୁହାଯିବ କୌଣସି ଭାଇରାଲ ବା ଫେକ ନ୍ୟୁଜର ଉତ୍ସ କେଉଁଠି ଆସୁଛି ଏହାର ଉତ୍ତର ଦିଅ ଏହାର ଅର୍ଥ ନୁହେଁ ଗୋପନୀୟତା ଅଧିକାର ଉଲ୍ଲଂଘନ କରିବା। ମନ୍ତ୍ରଣାଳୟ କହିଛି ଯେ ଏପରି ଆବଶ୍ୟକତା କେବଳ ସେହି କ୍ଷେତ୍ରରେ ଥାଏ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତାର ପ୍ରସାର ବନ୍ଦ ଆବଶ୍ୟକ ଅନୁଭବ କରାଯିବ। କାରଣ ଅନେକ କ୍ଷେତ୍ରରେ ବାର୍ତ୍ତାର ଉତ୍ସ ଜଣାପଡ଼ୁ ନାହିଁ। ତେଣୁ ଫେକ୍ ନ୍ୟୁଜର ଶିକାର ହେଉଛନ୍ତି ଲୋକମାନେ। ତେଣୁ ଲୋକମାନେ କିଭଳି ଏହି ଫେକ୍ ନ୍ୟୁଜରୁ ବର୍ତ୍ତିବା ଦରକାର ତାହା ଉଭୟ ସରକାର ଏବଂ ସୋଶାଲ ମିଡିଆ କମ୍ପାନୀ ମିଶି ସୁନିଶ୍ଚିତ କରିବା ଦରକାର।

ଆଇଟି ମନ୍ତ୍ରାଳୟ କହିଛି ଯେ କେନ୍ଦ୍ରର ନୂଆ ଗାଇଡଲାଇନକୁ ବିରୋଧ କରୁଥିବା ହ୍ୱାଟସଆପ କେଉଁ ଆଧାରରେ ଯେଉଁଠି ଏହି କମ୍ପାନୀ ତାର ସମସ୍ତ ୟୁଜରଙ୍କ ତଥ୍ୟ ଏହାର ମୂଳ କମ୍ପାନୀ ଫେସବୁକ୍ ସହିତ ଶେୟାର କରିବ ଏହା କଣ ଗୋପନୀୟତା ଆଇନରୁ ଉଲ୍ଲଂଘନ ନୁହେଁ କି ବୋଲି କେନ୍ଦ୍ର ପ୍ରଶ୍ନ କରିଛି। ଅନ୍ୟପକ୍ଷରେ, ଆଇନ ଶୃଙ୍ଖଳା ରକ୍ଷା ତଥା ଫେକ୍ ନ୍ୟୁଜକୁ ରୋକିବା ପାଇଁ ଆବଶ୍ୟକ ମଧ୍ୟସ୍ଥି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ମନା କରିବାକୁ ହ୍ୱାଟସଆପ୍ ସମସ୍ତ ପ୍ରୟାସ କରୁଛି। ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତରେ ହେବାକୁ ଥିବା ସମସ୍ତ କାମ ଏଠାରେ ଥିବା ନିୟମ ଅନୁଯାୟୀ କରାଯିବା ଉଚିତ୍।

ହ୍ୱାଟସଆପ୍ ଏହାପରେ ବିବୃତ୍ତି ଜାରି କରି କୁହିଛି ଯେ କିଏ ପ୍ରଥମେ କୌଣସି ମେସେଜକୁ ପ୍ରଥମେ ତିଆରି କରିଛନ୍ତି ବା ଫରଓ୍ୱାର୍ଡ କରିଛନ୍ତି ଏହା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ନିୟମକୁ ବିରୋଧ କରିବ। ଏଭଳି ହେଲେ ଗୋପନୀୟତା ଅଧିକାର ଅଧିକ ଦୁର୍ବଳ ହେବ।

 

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ତରଫରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ଯାହାକୁ ନେଇ ବିବାଦ ଉପୁଜିଛି।

The post କେନ୍ଦ୍ରର ନୂଆ ନିୟମକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହ୍ୱାଟସଆପ୍ appeared first on Odisha Reporter.



from Odisha Reporter https://ift.tt/3vD4vUE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages