ଭାରତୀୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଟ୍ୱିଟର, ମାଗିଲା ୩ ମାସ ସମୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

ଭାରତୀୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଟ୍ୱିଟର, ମାଗିଲା ୩ ମାସ ସମୟ

ନୂଆଦିଲ୍ଲୀ: ତଥାକଥିତ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୁଲିସ୍‌ ତତ୍ପରତା ପ୍ରକାଶ କରି କିଛି ଦିନ ତଳେ ଗୁରୁଗ୍ରାମ ସ୍ଥିତ ଟ୍ୱିଟର ଅଫିସରେ ନୋଟିସ୍‌ ମାରିଥିଲା। ଏହି ଘଟଣାକୁ ନେଇ ଭାରତରେ କାମ କରୁଥିବା କମ୍ପାନୀର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଟ୍ୱିଟର ଚିନ୍ତିତ ଥିବା କହିଛି। ଏଥିସହ କେନ୍ଦ୍ର ସରକାର ଆଣିଥିବା ନୂଆ ଡିଜିଟାଲ ଆଇନକୁ ପାଳନ କରିବା ପାଇଁ ଟ୍ୱିଟର ୩ମାସ ସମୟ ମାଗିଛି।

ଟ୍ୱିଟରର ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ଆମେ ଭାରତରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଓ ଆମ ସେବା ପାଉଥିବା ଲୋକଙ୍କ ବାକ୍‌ ସ୍ୱାଧୀନତା ପ୍ରତି ଥିବା ବିପଦକୁ ନେଇ ଚିନ୍ତାରେ ରହିଛୁ। ଦିଲ୍ଲୀ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସିଧାସଳଖ କୌଣସି ମନ୍ତବ୍ୟ ଦେଇ ନଥିବା ଟ୍ୱିଟର କହିଛି, “ଆମ ସହ ଭାରତ ଓ ବିଦେଶରେ ରହୁଥିବା ସିଭିଲ ସୋସାଇଟିର ସଦସ୍ୟମାନେ ପୁଲିସ୍‌ ଯେଉଁଭଳି ଭାବେ କମ୍ପାନୀର କର୍ମଚାରୀଙ୍କୁ ଭୟଭୀତ କରାଇବାକୁ ପଦକ୍ଷେପ ନେଉଛି, ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେ ବିଶ୍ୱସ୍ତରରେ ଯେଉଁ ସେବା ଯୋଗାଇ ଦିଆଯାଉଛି, ତା’କୁ ପ୍ରଭାବିତ କରିବାକୁ ପ୍ରୟାସ କରାଯାଉଛି।”

ମେ’ ୨୬ରୁ ଭାରତ ସରକାର ନୂଆ ଆଇଟି ନିୟମ ଲାଗୁ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଟ୍ୱିଟର ୩ ମାସ ସମୟ ମାଗିଛି। ଟ୍ୱିଟର ଏହା ଉପରେ କହିଛି ଯେ କମ୍ପାନୀ ସବୁବେଳେ ଭାରତରେ ପ୍ରଚଳିତ ନିୟମକୁ ପାଳନ କରୁଛି। ଆଗକୁ ମଧ୍ୟ ସଂସ୍ଥା ଏହାର ପାଳନ କରିବ। ଭାରତ ସରକାରଙ୍କ ସହ ନୂଆ ନିୟମ ଉପରେ ଆଲୋଚନା ଚାଲିଛି। ନୂଆ କଣ୍ଟେଣ୍ଟ ରେଗୁଲେସନ ନିୟମ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଆଇଟି ମନ୍ତ୍ରଣାଳୟ ଆମକୁ ୩ ମାସ ସମୟ ଦିଅନ୍ତୁ ବୋଲି ଟ୍ୱିଟର କହିଛି।

ନୂଆ ନିୟମ ଅନୁସାରେ, ସୋଶାଲ ମିଡିଆ ସଂସ୍ଥା ଗୁଡ଼ିକ ଲୋକଙ୍କ ଅଭିଯୋଗ ଶୁଣିବାକୁ ଭାରତରେ ଅଧିକାରୀ ନିଯୁକ୍ତ କରିବେ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେପି ନେତାମାନେ କଂଗ୍ରେସ ଗୋଟିଏ ଟୁଲକିଟ୍‌ ପ୍ରସ୍ତୁତ କରିଥିବା ଦାବି କରିଥିଲେ। ଏଥିରେ କରୋନାର ବିଭିନ୍ନ ଷ୍ଟ୍ରେନକୁ ଭାରତୀୟ ଷ୍ଟ୍ରେନ ଓ ମୋଦି ଷ୍ଟ୍ରେନ ଭାବେ ପ୍ରଚାର କରିବାକୁ କଂଗ୍ରେସ କୁଆଡ଼େ ତା’ର ଦଳୀୟ ନେତାମାନଙ୍କୁ କହିଥିଲା ବୋଲି ବିଜେପି ଅଭିଯୋଗ କରିଥିଲା।

ଏହି ଟୁଲକିଟ୍‌ଟି କଂଗ୍ରେସ ଲେଟର ହେଡ୍‌ରେ ଥିଲା। କିନ୍ତୁ କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହିବା ସହ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧୀରେ ଏଫଆଇଆର କରିଥିଲା। ଏହାପରେ ଟ୍ୱିଟର ସମ୍ବିତ ପାତ୍ର କରିଥିବା ଟୁଲକିଟ୍‌ର ଟ୍ୱିଟକୁ ମ୍ୟାନୁପଲେଟେଡ୍‌ ମିଡିଆ ମାନ୍ୟତା ଦେଇଥିଲା। ଏହାକୁ ଖୋଦ୍‌ କେନ୍ଦ୍ର ସରକାର ବିରୋଧ କରିଥିଲେ।

The post ଭାରତୀୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଟ୍ୱିଟର, ମାଗିଲା ୩ ମାସ ସମୟ appeared first on Odisha Reporter.



from Odisha Reporter https://ift.tt/3p1K815

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages