ରାଜ୍ୟରେ ୭ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ରାଜ୍ୟରେ ୭ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏଥିରେ ଆଉ ୩୫ ଜଣଙ୍କ ମୃତ୍ୟୁ ଘଟିଛି।

୭୧୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୨୬ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୩୧୬୨ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୯୦, ଅନୁଗୋଳରୁ ୫୧୫ ଓ ପୁରୀରୁ ୪୫୭ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୭୧, ଭଦ୍ରକରୁ ୮୯, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୨୫୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୨୫୫, ଗଜପତିରୁ ୧୦୬, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୧୧୪, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୭୫, କେନ୍ଦୁଝରରୁ ୫୭, କୋରାପୁଟରୁ ୨୦୨, ମାଲକାନଗିରିରୁ ୯୨, ମୟୂରଭଞ୍ଜରୁ ୩୨୦, ନବରଙ୍ଗପୁରରୁ ୨୧୬, ନୟାଗଡ଼ରୁ ୨୪୨, ନୂଆପଡ଼ାରୁ ୬୨, ରାୟଗଡ଼ାରୁ ୧୬୫, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୨୯ ଓ ସୁନ୍ଦରଗଡ଼ରୁ ୧୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୩୭ ଜଣ ଚିହ୍ନଟ ହୋଇଛନ୍ତି।

୭୧୮୮ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୪୭ ହଜାର ୧୩୩ ଜଣ ସୁସ୍ଥ ହୋଇସାରିଲେଣି। ୯୭ ହଜାର ୨୭୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି। ସେହିପରି ଆଉ ୩୫ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୭ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ appeared first on Odisha Reporter.



from Odisha Reporter https://ift.tt/3vCA3du

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages