ଭଦ୍ରକ(ପାର୍ଥ ସାରଥୀ ନାୟକ): ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏବେ କିନ୍ତୁ ପ୍ରତାରଣା କରୁଛି। ପ୍ରେମିକଠାରୁ ପ୍ରତିରାତି ହେବା ପରେ ପ୍ରେମିକା ଏସ୍ପିଙ୍କ ପାଖରେ ଗୁହାରୀ କରିଛି। ଏହା ସତ୍ତ୍ୱେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛି। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଥାନା ଅଧିକାରିଣୀଙ୍କ ନିରବତାକୁ ନେଇ ପ୍ରଶ୍ନ କରିଛି ବିଜେପି। ୧୦ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ ଥାନା ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।
ଅଭିଯୋଗରୁ ପ୍ରକାଶ, ନିଳୋକ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଦେବାଶିଷ ମହାନ୍ତି ଜଣେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ୩ ବର୍ଷ ଧରି ଭଲ ପାଉଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ତାଙ୍କୁ ଭୁବନେଶ୍ୱର ଓ ଭଦ୍ରକ ବୁଲାଇବାକୁ ନେଇ ଯାଇଥିଲେ। କିନ୍ତୁ ଏବେ ତାଙ୍କୁ ପ୍ରତାରଣା କରି ଫେରାର ହୋଇଯାଇଛି। ଏପରିକି ସାଙ୍ଗମାନଙ୍କ ଜରିଆରେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି।
ପ୍ରେମିକଠାରୁ ପ୍ରତାରିତ ହେବା ପରେ ଯୁବତୀ ଜଣକ ଏନେଇ ବନ୍ତ ଥାନାରେ ଗତ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଭଦ୍ରକ ଏସ୍ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗ ଶୁଣିବା ପରେ ଅଭିଯୁକ୍ତକୁ ଗିରଫ କରାଯିବା ପାଇଁ ଥାନା ଅଧିକାରିଣୀଙ୍କୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଥାନା ଅଧିକାରିଣୀ କିଛି ପଦକ୍ଷେପ ନେଉ ନାହାଁନ୍ତି।
ଥାନା ଅଧିକାରିଣୀଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛି ଭଦ୍ରକ ବିଜେପି। ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଏକ ଟିମ୍ ବନ୍ତ ଥାନାକୁ ଯାଇ ଥାନା ଅଧିକାରିଣୀ ମୀନା ବିନ୍ଧାଣୀଙ୍କୁ ଭେଟି ଆଲୋଚନା କରିଛନ୍ତି। ୧୦ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ ଥାନା ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଛି।
The post ବାହା ହେବ କହି ଶାରୀରିକ ସମ୍ପର୍କ ରଖିଥିଲା, ଏବେ … appeared first on Odisha Reporter.
from Odisha Reporter https://ift.tt/3o7eqz4
No comments:
Post a Comment