ବ୍ୟାଣ୍ଡେଜ ବାନ୍ଧିଲେ ପୋଲିସ ଏଏସଆଇ ପ୍ରଭୂଦତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ବ୍ୟାଣ୍ଡେଜ ବାନ୍ଧିଲେ ପୋଲିସ ଏଏସଆଇ ପ୍ରଭୂଦତ୍ତ

ବଲାଙ୍ଗିର(ମନରଂଜନ ଜୋଶୀ) ଲକଡାଉନ ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାଗାରେ ଡ୍ୟୁଟି କରୁଛନ୍ତି ପୋଲିସ ବାହିନୀ । କିନ୍ତୁ ପୋଲିସ କେବଳ ଲକଡାଉନ ସଟଡାଉନକୁ କଡାକଡି ଲୋକଙ୍କୁ ସାବାଡ କରେ ତାହା ନୁହେଁ, ବେଳେବେଳେ ପୋଲିସ ସାଜିଯାଏ ଦେବଦୂତ । ଏମିତି ଜଣେ ଦେବଦୂତଙ୍କ ଭିଡିଓ ଏବେ ଭାଇରାଲ ହୋଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ସେ ଦେବଦୂତ ଜଣକ ହେଉଛନ୍ତି ତୁଷୁରା ଥାନାର ଏଏସଆଇ ପ୍ରଭୁଦତ୍ତ ପାଢ଼ି । ଗତକାଲି ରାତିରେ ତୁଷୁରା ସହର ଭିତରେ ଡ୍ୟୁଟି କରୁଥିଲେ ପ୍ରଭୁଦତ୍ତ । ଜଣେ ଝିଅ ହଠାତ ନିଜ ଘର ସମ୍ମୁଖରେ ପଡିଯାଇଥିଲେ ।

ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ହାତ ଉଠାଇ ପାରିନଥିଲେ । ଏହା ଦେଖିବା ପରେ ସଂଗେ ସଂଗେ ଫାଷ୍ଟଆଡ ବକ୍ସ ଆଣି ପ୍ରଭୁଦତ୍ତ ଯୁବତୀଙ୍କ ହାତରେ ବ୍ୟାଣ୍ଡିଜ କରିଥିଲେ । ତାସହିତ ତୁଷୁରା ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ ।

ତୁଷୁରା ହସପିଟାଲରେ ଏକ୍ସରେ ହୋଇନପାରିବାରୁ ଯୁବତୀ ଜଣକ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆସିଥିଲେ। କିନ୍ତୁ ସଂଗେ ସଂଗେ ଯୁବତୀଙ୍କୁ ଫାଷ୍ଟଆଡ ଚିକିତ୍ସା ଦେଇ ପ୍ରଭୁଦତ ପାଳଟିଯାଇଥିଲେ ଦେବଦୂତ । ଆଉ ଏସବୁକୁ କେହି ଜଣେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏବେ ପ୍ରଭୂଦତ୍ତଙ୍କ ମଣିଷ ପଣିଆକୁ ନେଇ ସବୁଠି ଚର୍ଚ୍ଚା ।

The post ବ୍ୟାଣ୍ଡେଜ ବାନ୍ଧିଲେ ପୋଲିସ ଏଏସଆଇ ପ୍ରଭୂଦତ୍ତ appeared first on Odisha Reporter.



from Odisha Reporter https://ift.tt/3eAxnH3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages