କରୋନାର ଉତ୍ପତ୍ତି ନେଇ ହେବ ‘ଗ୍ଲୋବାଲ ଷ୍ଟଡି’: ଭାରତର ସମର୍ଥନ, ବେଜିଂ ରାଗି ପାଚି ଲାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

କରୋନାର ଉତ୍ପତ୍ତି ନେଇ ହେବ ‘ଗ୍ଲୋବାଲ ଷ୍ଟଡି’: ଭାରତର ସମର୍ଥନ, ବେଜିଂ ରାଗି ପାଚି ଲାଲ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି କେଉଁଠି ହୋଇଛି? ଆମେରିକାର ବାଇଡେନ ସରକାର ୯୦ ଦିନରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କ ଅଧିକାରୀଙ୍କୁ। ଏହାର ଜବାବରେ ଚାଇନା କହିଥିଲା ଆମେରିକା କାହିଁକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ବିଶ୍ୱାସ କରୁନି ଯେଉଁଥିରେ ବାଦୁଡିରୁ କରୋନା ସଂକ୍ରମିତ ହୋଇଥାଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଅନ୍ୟପଟେ ଅନେକ ଦେଶ ମଧ୍ୟ କରୋନାକୁ ନେଇ ବେଜିଂ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଦାୟୀ କରୁଛନ୍ତି। ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଉପରେ ପ୍ରଶ୍ନ ଉଠିଥିଲା। ଏବେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ଉତ୍ପତ୍ତିକୁ ନେଇ ଗ୍ଲୋବାଲ ଷ୍ଟଡି ବା ଅଧ୍ୟୟନ କରିବ ବୋଲି ନିଷ୍ପତ୍ତି ନେଇଛି। ଏ ନେଇ ସମସ୍ତ ଦେଶକୁ ସହଯୋଗ କରିବାକୁ ଆହ୍ୱାନ କରିଥିଲା ବିଶ୍ୱର ଏହି ଶୀର୍ଷ ସ୍ୱାସ୍ଥ୍ୟ ସଂଗଠନ।

ଏବେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଗ୍ଲୋବାଲ ଷ୍ଟଡିକୁ ସମର୍ଥନ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗ୍ରହଣଯୋଗ୍ୟ। ଭାରତ ଏହାକୁ ସମର୍ଥନ କରୁଛି। ସମସ୍ତ ଦେଶ ଦେଶ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ। କରୋନାର ଉତ୍ପତ୍ତି ବାବଦରେ ଜାଣିବା ପାଇଁ ଏହି ଗବେଷଣା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବ ବୋଲି ଭାରତ ଆଶାବାଦୀ ରହିଛି। ଏହି ଗ୍ଲୋବାଲ ଷ୍ଟଡିକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ।

ବର୍ଷ ଆରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକି ଟିମ୍ ଚାଇନା ଯାଇ ଉହାନ ଲ୍ୟାବ ପାଖକୁ ଯାଇଥିଲା। ହେଲେ ଅନେକ କିଛି ତଥ୍ୟ ବେଜିଂ ଲୁଚାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ତେଣୁ ତଦନ୍ତ କରି ଫେରିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା କରୋନା କୌଣସି ଜୀବଜନ୍ତୁଙ୍କ ଦ୍ୱାରା ବାଦୁଡିକୁ ବ୍ୟାପିଛି। ପରେ ଏହା ମଣିଷ ଶରୀରକୁ ସଂକ୍ରମିତ ହୋଇଥାଇପାରେ। ହେଲେ ଚାଇନା ଅନେକ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଚାଇନାର ଏପରି ଅସହଯୋଗକୁ ନେଇ ଆମେରିକା, ଅଷ୍ଟ୍ରେଲିଆ ସମତେ ଅନେକ ଦେଶ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ତେଣୁ ଆମେରିକା ସରକାର ନିଜର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଦ୍ୱିତୀୟ ଥର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲା।

ତେବେ ଚାଇନା ଆମେରିକା ସରକାରର ତଦନ୍ତ ନିର୍ଦ୍ଦେଶ ପରେ ରାଗି ପାଚି ଲାଲ ହୋଇଛି। ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କହିବା ପରେ ସଙ୍ଗେସଙ୍ଗେ ବେଜିଂର ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ପ୍ରତିକ୍ରିୟା ରଖିଥିଲା। ଏଭଳି ତଦନ୍ତ ରାଜନୀତିକ ଉଦ୍ଦେଶ୍ୟ ରଖି କରାଯାଉଛି। ଆମେରିକା କେବଳ ନିଜ ପସନ୍ଦରେ ଗବେଷକଙ୍କ ଦ୍ୱାରା ତଦନ୍ତ ଉପରେ ନିର୍ଭର କରୁଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କିମ୍ୱା ରିପୋର୍ଟକୁ ବିଶ୍ୱାସ କରୁନି।

ବାଇଡେନଙ୍କ ନିର୍ଦ୍ଦେଶ ପରେ ବିଚଳିତ ଚାଇନା !

The post କରୋନାର ଉତ୍ପତ୍ତି ନେଇ ହେବ ‘ଗ୍ଲୋବାଲ ଷ୍ଟଡି’: ଭାରତର ସମର୍ଥନ, ବେଜିଂ ରାଗି ପାଚି ଲାଲ appeared first on Odisha Reporter.



from Odisha Reporter https://ift.tt/34qAziT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages