ଜିଲ୍ଲାପାଳଙ୍କୁ ପାଠପଢ଼ାଇଲେ ୯ ମାସର ଗର୍ଭବତୀ! କହିଲେ- ମ୍ୟାଡମ୍‌ଙ୍କୁ କ୍ଲିନିକ୍‌ ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ଜିଲ୍ଲାପାଳଙ୍କୁ ପାଠପଢ଼ାଇଲେ ୯ ମାସର ଗର୍ଭବତୀ! କହିଲେ- ମ୍ୟାଡମ୍‌ଙ୍କୁ କ୍ଲିନିକ୍‌ ନିଅନ୍ତୁ

ସୁନ୍ଦରଗଡ଼ (ବିଜୟ ବରୁଆ): ଅଲ୍‌ଟ୍ରାସାଉଣ୍ଡ ପାଇଁ ଅପେକ୍ଷା କରିଥିଲେ ୧୩ ଜଣ ଗର୍ଭବତୀ। ସକାଳ ୯ଟାରୁ ଦିନ ୧୨ଟା ବାଜି ଯାଇଥିଲେ ବି କେହି ସେମାନଙ୍କୁ ବାସିରେ ପଚାରି ନଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ପତ୍ନୀ ଆସିବା କ୍ଷଣି ନର୍ସଙ୍କ ଠାରୁ ଆରମ୍ଭ କରି ସିଡିଏମ୍‌ଓଙ୍କ ପର୍ଯ୍ୟନ୍ତ ସମସ୍ତେ ହାଜର ହୋଇଯାଇଥିଲେ। ଆଉ ଅଧାଘଣ୍ଟା ଧରି ଚାଲିଥିଲା ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଣ୍ଟ୍ରାସାଉଣ୍ଡ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଆଇପି କଲଚର ତଥା ଚିକିତ୍ସା ସେବାରେ ପାତରଅନ୍ତରକୁ ନେଇ ଆସିଛି ଏମିତି ଅଭିଯୋଗ। ଆଉ ଏ ସଂପର୍କିତ ଏକ ଭିଡିଓ ବି ଭାଇରାଲ ହେଉଛି।

ସୁନ୍ଦରଗଡ଼ର ଖମାରୀପଡ଼ାର ଦୀପାଞ୍ଜଳି ପତି ନାମ୍ନୀ ଜଣେ ୯ ମାସର ଗର୍ଭବତୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଦୀପାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭଳି ଆହୁରି ୧୨ ଜଣ ଗର୍ଭବତୀ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଲଟ୍ରାସାଉଣ୍ଡ ପାଇଁ ଯାଇଥିଲେ। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସେମାନେ ବସି ରହିଥିଲେ। କିନ୍ତୁ ସେତେବେଳ ଯାଏ ଡାକ୍ତରଙ୍କ ଦେଖା ମିଳି ନଥିଲା। କିନ୍ତୁ ୧୧ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପତ୍ନୀ ସରକାରୀ ଗାଡ଼ିରେ ଆସି ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ଆସିବା କ୍ଷଣି ଡାକ୍ତର ପ୍ରକଟ ହୋଇଗଲେ। ଅଧାଘଣ୍ଟା ଧରି ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ତା’ପରେ ସେମାନଙ୍କ ପାଳି ପଡ଼ିଥିଲା। କିନ୍ତୁ ସେମାନଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ଡାକ୍ତର ମାତ୍ର ୫ ମିନିଟ୍ ଲେଖାଏଁ ସମୟ ଦେଇଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ଖାଲି ପେଟରେ ସେମାନେ ଅଢ଼େଇ ଘଣ୍ଟା ଧରି ଅପେକ୍ଷା କଲେ। କିନ୍ତୁ ସେମାନଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ଜିଲ୍ଲାପାଳଙ୍କ ପତ୍ନୀ ଆସିବା ମାତ୍ରେ ପ୍ରଥମେ ତାଙ୍କର ଅଲଟ୍ରାସାଉଣ୍ଡ କରାଗଲା। ଏମିତିରେ ସରକାରଙ୍କ ମାତୃଜ୍ୟୋତି ଓ ମାତୃଗୃହର ମୂଲ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଦୀପାଞ୍ଜଳି ଆହୁରି କହିଛନ୍ତି ଜିଲ୍ଲାପାଳ ଯଦି ମ୍ୟାଡମ୍‌ଙ୍କୁ ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ ଦେବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ଘରୋଇ ଡାକ୍ତରଖାନା ବା କ୍ଲିନିକ୍‌କୁ ନିଅନ୍ତୁ। ନହେଲେ ତାଙ୍କ ଭଳି ମହିଳାମାନେ ଭାରି ହଇରାଣ ହେଉଛନ୍ତି।

ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅନୁରୋଧ କରି କହିଛନ୍ତି ଯେ ନିୟମ ସମସ୍ତଙ୍କ ପାଇଁ ସମାନ ହେଉ। ଏଭଳି ଘଟଣା ଯେମିତି ଆଉ ନଘଟୁ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ।

ଏ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ସିଡିଏମ୍‌ଓ ସଫେଇ ଦେଇଛନ୍ତି ଯେ ଉକ୍ତ ଗର୍ଭବତୀମାନଙ୍କର ଅଲଟ୍ରାସାଉଣ୍ଡ କରିବାକୁ ଥିବା ଡାକ୍ତର ଅପରେସନ୍ ଥିଏଟରରେ ଥିଲେ। ତେଣୁ ବିଳମ୍ବ ହେଲା। ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ ଅନ୍ୟ ଜଣେ ଡାକ୍ତର କରିଥିଲେ।

The post ଜିଲ୍ଲାପାଳଙ୍କୁ ପାଠପଢ଼ାଇଲେ ୯ ମାସର ଗର୍ଭବତୀ! କହିଲେ- ମ୍ୟାଡମ୍‌ଙ୍କୁ କ୍ଲିନିକ୍‌ ନିଅନ୍ତୁ appeared first on Odisha Reporter.



from Odisha Reporter https://ift.tt/3yMnm1L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages