ଲକଡାଉନ ଲାଗୁ କରିବା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଲକଡାଉନ ଲାଗୁ କରିବା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

୧- ରୋଗୀଙ୍କୁ ସବୁ ସ୍ଥାନରେ ଆଡମିଶନ ମିଳିବ
୨-ହସ୍ପିଟାଲରେ ଆଡମିଶନ ପାଇଁ ଆସିବ ଜାତୀୟ ନୀତି
୩-କୌଣସି ରାଜ୍ୟ ସ୍ଥାନୀୟ ଲୋକର ଆଳ ଦେଖାଇ ଆଡମିଶନ ପାଇଁ ମନା କରିପାରିବେ ନାହିଁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ସମସ୍ତ ରାଜ୍ୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ରୋଗୀଙ୍କୁ ସ୍ଥାନୀୟ ଲୋକ ନୁହନ୍ତି କିମ୍ବା ପରିଚୟପତ୍ର ଆଳରେ ହସ୍ପିଟାଲରେ ଆଡମିଶନ ପାଇଁ ବାରଣ କରିପାରିବେ ନାହିଁ। ସେହିପରି ସେମାନଙ୍କୁ ଜରୁରୀ ଔଷଧ ଯୋଗାଇବାକୁ ମନା କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ କରୋନାର ଦ୍ୱିତୀୟ ୱେଭ ରୋକିବାକୁ ଲକଡାଉନ ଲାଗୁ କରିବା ଦିଗରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସନ୍ତା ୨ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଆଡମିଶନ ସଂକ୍ରାନ୍ତ ଜାତୀୟ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସବୁ ରାଜ୍ୟ ପାଳନ କରିବେ। ଜାତୀୟ ନୀତି ଆସିବା ଯାଏ ରାଜ୍ୟଗୁଡ଼ିକ କୌଣସି ରୋଗୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଆଡମିଶନ କରିବାକୁ ମନା କରିପାରିବେ ନାହିଁ। ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଜଣେ ରୋଗୀ ହସ୍ପିଟାଲରେ ବେଡ୍‌ ପାଇବାକୁ ସଂଘର୍ଷ କରୁଛି। ଏହା ସବୁ ବଡ଼ ଚ୍ୟାଲେଞ୍ଜ ବୋଲି ଖଣ୍ତପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, “ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ନିଜ ନିଜର ପ୍ରୋଟୋକଲ ଆପଣାଉଛନ୍ତି। ବିଭିନ୍ନ ହସ୍ପିଟାଲରେ ଆଡମିଶନ ପାଇଁ ଭିନ୍ନଭିନ୍ନ ନିୟମ ଯୋଗୁ ବିଭ୍ରାଟ ଓ ଅସ୍ଥିରତା ସୃଷ୍ଟି ହେଉଛି। ଏହି ସ୍ଥିତିକୁ କାଳବିଳମ୍ବ ନ କରି ପରବର୍ତ୍ତନ କରାଯିବା ଦରକାର। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ ନିର୍ଦ୍ଦେଶ ଦେଉଛୁ।

ଏହି ନିୟମକୁ ଦେଶବ୍ୟାପୀ ପାଳନ କରାଯିବ। ଏହାଦ୍ୱାରା କୌଣସି ହସ୍ପିଟାଲ ଆଉ କାହାକୁ ସ୍ଥାନୀୟ ଲୋକ କିମ୍ବା ପରିଚୟପତ୍ର ଅଭାବରୁ ଆଡମିଶନ କରିବାକୁ ମନା କରିପାରିବେ ନାହିଁ। ସେହିପରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି ଅକ୍ସିଜେନ ସପ୍ଲାଏକୁ ତ୍ୱରାନ୍ୱିତ କରନ୍ତୁ। ଜରୁରୀ କାଳୀନ ଷ୍ଟକ୍‌ର ବ୍ୟବସ୍ଥା ୪ ଦିନ ମଧ୍ୟରେ କରାଯାଉ। ଦୈନଦିନ ଭିତ୍ତିରେ ଏହାକୁ ଯାଞ୍ଚ କରାଯାଇ ସପ୍ଲାଏ ବ୍ୟବସ୍ଥାକୁ ଠିକ ଭାବେ ସମ୍ପାଦନ କରାଯାଉ।”

ଖଣ୍ଡପୀଠ କରୋନାର ଦ୍ୱିତୀୟ ୱେଭକୁ ରୋକିବା ପାଇଁ ଲକଡାଉନ ଉପରେ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମେ ବେଶ ଗୁରୁତ୍ୱର ସହ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଭିଡ଼ ହେଉଥିବା ସମାବେଶ ଓ ସୁପର ସ୍ପ୍ରେଡର ଇଭେଣ୍ଟ ଉପରେ ବ୍ୟାନ ଲଗାଇବାକୁ କହୁଛୁ। ଏଥିସହ ସେମାନେ କରୋନାର ଦ୍ୱିତୀୟ ୱେଭକୁ ରୋକିବା ପାଇଁ ଲକଡାଉନ ଲାଗୁ କରିବା ଉପରେ ମଧ୍ୟ ବିଚାର କରନ୍ତୁ।

ଯଦି ବି ଲକଡାଉନ ଲାଗୁ କରାଯାଉଛି, ପ୍ରଥମେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ କଥା ବିଚାରକୁ ନିଆଯିବ। ସେମାନଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲକଡାଉନ ବେଳେ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

The post ଲକଡାଉନ ଲାଗୁ କରିବା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/2QRKevF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages