ଅକ୍ସିଜେନ ଅଭାବରୁ ୪ କରୋନା ରୋଗୀଙ୍କ ମୃତ୍ୟୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଅକ୍ସିଜେନ ଅଭାବରୁ ୪ କରୋନା ରୋଗୀଙ୍କ ମୃତ୍ୟୁ!

ଭୋପାଲ: ପୁଣିଥରେ ଅକ୍ସିଜେନ ଅଭାବରୁ ସରକାରୀ ହସ୍ପିଟାଲରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଦିଲ୍ଲୀ, ପଞ୍ଜାବ, ହରିଆଣା ଭଳି ରାଜ୍ୟରୁ ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ସମାନ ସ୍ଥିତି ଉପୁଜିଛି।

ମଧ୍ୟପ୍ରଦେଶର ବରୱାନି ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ହସ୍ପିଟାଲକୁ ଯୋଗାଣ ହେଉଥିବା ଅକ୍ସିଜେନ ପ୍ରାୟ ୩୦ ମିନିଟ୍‌ ପାଇଁ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ଜଣେ ମହିଳା(ମୃତକଙ୍କ ସମ୍ପର୍କୀୟ) କହିଛନ୍ତି, “ମୋ ପିଲାର ଅକ୍ସିଜେନ ସ୍ତର ଶନିବାର ସକାଳେ ୯୪ ଥିଲା। କିନ୍ତୁ ହଠାତ୍‌ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ଆମେ ଆତଙ୍କିତ ହୋଇ ପଡ଼ିଥିଲୁ। ଅକ୍ସିଜେନ ଅଭାବରୁ ମୋ ପିଲା ବହୁତ କଷ୍ଟ ଅନୁଭବ କରିଥିଲା। ହେଲେ ତା’କୁ ଦେଖିବାକୁ ଡାକ୍ତର କିମ୍ବା ନର୍ସ କେହି ବି ଆସି ନଥିଲେ।”

ଆଉ ଜଣେ ମୃତକଙ୍କ ସମ୍ପର୍କୀୟ ଡା ପ୍ରତୀକ ସୋନି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଅତିକମରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଜିଲ୍ଲାପାଳ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା କହୁଛନ୍ତି। ଏହା ସଂପୂର୍ଣ୍ଣ ମିଛ।”

ବରୱାନିର ଅତିରିକ୍ତ ଜିଲ୍ଲାପାଳ ଲୋକେଶ କୁମାର ହସ୍ପିଟାଲ ଟ୍ରମା ସେଣ୍ଟର୍‌ରୁ ରୋଗୀଙ୍କ ସମ୍ପର୍କୀୟମାନେ ଅକ୍ସିଜେନର ଅଭାବ ଅଭିଯୋଗ ଆଣିଥିବା ସମ୍ପର୍କୀୟରେ ଅବଗତ ଅଛନ୍ତି। ମୁଖ୍ୟ ପାଇପ ଲାଇନରେ ଠିକ୍‌ ଭାବେ ଅକ୍ସିଜେନ ପ୍ରବାହିତ ହେଉ ନଥିବା ସେ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, ସମସ୍ୟା ସୃଷ୍ଟି ହେବା କ୍ଷଣି ଆମେ ମେକାନିକ୍‌ ଏହାକୁ ଦେଖିଥିଲେ ଓ ମରାମତି କରିଥିଲେ। ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନି। ଜଣେ ରୋଗୀ ହୃଦଘାତରୁ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି।

The post ଅକ୍ସିଜେନ ଅଭାବରୁ ୪ କରୋନା ରୋଗୀଙ୍କ ମୃତ୍ୟୁ! appeared first on Odisha Reporter.



from Odisha Reporter https://ift.tt/3aVhJUy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages