ଦିନକରେ କରୋନା ନେଲା ୫୦ ଜଣ ଡାକ୍ତରଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ଦିନକରେ କରୋନା ନେଲା ୫୦ ଜଣ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଭାଇରସ କବଳରୁ ସୁରକ୍ଷିତ ନୁହନ୍ତି। ପ୍ରଥମ ୱେଭ ଭଳି ଦ୍ୱିତୀୟ ଲହରରେ ବି ଶତାଧିକ ଡାକ୍ତର ପ୍ରାଣ ହରାଇବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ରବିବାର ସମଗ୍ର ଭାରତରେ ଏକାଥରେ ୫୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆସୋସିଏସନର ସୂଚନା ଅନୁଯାୟୀ, ଚଳିତ ବର୍ଷ ମହାମାରୀ କରୋନା ୨୪୪ ଜଣ ଡାକ୍ତରଙ୍କ ଜୀବନ ନେଇସାରିଲାଣି। ଗତବର୍ଷ କରୋନା ୭୩୬ ଜଣ ଡାକ୍ତରଙ୍କ ଜୀବନ ନେଇଥିଲା। ଦୁଇ ବର୍ଷ ମଧ୍ୟରେ ଦେଶ ପ୍ରାୟ ୧୦୦୦ ଜଣ ଡାକ୍ତରଙ୍କୁ ହରାଇ ସାରିଲାଣି।
ଚଳିତ ବର୍ଷ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ ହେଉଛନ୍ତି ଦିଲ୍ଲୀର ଗୁରୁ ତେଜ ବାହାଦୂର ହସ୍ପିଟାଲର କାର୍ଯ୍ୟରତ ୨୬ ବର୍ଷୀୟ ଅନସ ମୁଜାହିଦ।

ସେ ଏଠାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଭାଇରସ ସଂସ୍ପର୍ଶରେ ଆସିଥିଲେ। ପଜିଟିଭ ରିପୋର୍ଟ ଆସିବାର ମାତ୍ର କିଛି ଘଣ୍ଟା ପରେ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିଲା। ଅନସଙ୍କ କୌଣସି ଅନ୍ୟାନ୍ୟ ରୋଗ ନଥିଲା ଓ ସେ ପୂରା ଫିଟ ଥିଲେ। କେବଳ ତାଙ୍କ ଗଳା ଦରଜ ହେବାରୁ ସେ ଟେଷ୍ଟ କରାଇଥିଲେ ଓ ଏହା ପଜିଟିଭ ଆସିଥିଲା। ହଠାତ୍‌ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଆସୋସିଏସନ କହିଛି ଯେ ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ୨୪୪ ଜଣ ଡାକ୍ତରଙ୍କ ମଧ୍ୟରୁ କେବଳ ରବିବାର ୫୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୬୯ ଜଣ ଡାକ୍ତର ପ୍ରାଣ ହରାଇଥିବା ବେଳେ ଉତ୍ତର ପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

କରୋନାରେ ପ୍ରାଣ ହରାଥିବା ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩% ଟିକାର ଦୁଇଟି ଡୋଜ୍‌ ନେଇଥିଲେ। ଭାରତରେ ଟିକାକରଣ କାର୍ଯ୍ୟକ୍ରମ ୫ମାସ ହେଲା ଚାଲିଥିଲେ ହେଁ କେବଳ ୬୬% ସ୍ୱାସ୍ଥ୍ୟକର୍ମୀ ଟିକାର ଡୋଜ୍‌ ନେଇଛନ୍ତି। ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଟିକାର ଡୋଜ୍‌ ନେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ତଥାପି ଆଇଏମଏ ପକ୍ଷରୁ ସମସ୍ତଙ୍କୁ ଟିକା ନେବାକୁ ଉତ୍ସାହିତ କରାଯାଉଛି ବୋଲି ଆସୋସିଏସନ କହିଛି।

ଆଇଏମଏର ସାଧାରଣ ସମ୍ପାଦକ ଡା. ଜୟେଶ ଲେଲେ କହିଛନ୍ତି, ଏହା ଦୁର୍ଭାଗ୍ୟର ବିଷୟ ଯେ ଆମେ ଗତକାଲି ୫୦ ଜଣ ଡାକ୍ତରଙ୍କୁ ହରାଇଛୁ। ସେହିପରି ଚଳିତ ବର୍ଷ ଏପ୍ରିଲରୁ ଇତି ମଧ୍ୟରେ ୨୪୪ ଜଣ ଡାକ୍ତର ଆମକୁ ଛାଡ଼ି ଚାଲିଗଲେଣି। ଅନେକ ସ୍ଥାନରେ ଡାକ୍ତରମାନଙ୍କୁ କମ ସଂଖ୍ୟକ ଷ୍ଟାଫ ଓ ଅଧିକ ସମୟ କାମ କରିବାକୁ ପଡ଼ୁଛି।

ସେମାନେ ବେଳେ ୪୮ ଘଣ୍ଟା ଧରି କାମ କରୁଛନ୍ତି। ଏହାଦ୍ୱାରା ଭାଇରାଲ ଲୋଡ୍‌ ଅଧିକ ହେଉଛି ଓ ସେମାନେ ପ୍ରାଣ ହରାଉଛନ୍ତି। ସରକାର ଏହା ଉପରେ ଗୁରୁତ୍ୱ ଦେଇ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଇଏମଏ ଦେଇଥିବା ସଂଖ୍ୟା ତୁଳନାରେ ଆହୁରି ଅଧିକ ଡାକ୍ତର ପ୍ରାଣ ହରାଇଥିବା କୁହାଯାଉଛି। କାରଣ ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବା ବେଳେ ଆଇଏମଏର ସଦସ୍ୟତା କେବଳ ୩.୫ ଲକ୍ଷ ଗ୍ରହଣ କରିଛନ୍ତି।

The post ଦିନକରେ କରୋନା ନେଲା ୫୦ ଜଣ ଡାକ୍ତରଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3huQDI5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages