ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଚିକିତ୍ସା ସମ୍ପର୍କରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି ଯେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ପ୍ଲାଜମା ଥେରାପୀର ବ୍ୟବହାର କରାଯିବ ନାହିଁ। ଏହାକୁ କ୍ଲିନିକାଲ ପରିଚାଳନା ନିର୍ଦ୍ଦେଶାବଳୀରୁ ହଟାଇ ଦିଆଯାଇଛି।
ଏମ୍ସ, ଆଇସିଏମଆର କୋଭିଡ-୧୯ ନ୍ୟାଶନାଲ ଟାସ୍କ ଫୋର୍ସ, ମିଳିତ ମନିଟରିଂ ଗ୍ରୁପ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ସଂଶୋଧନ କରି କନଭାଲେସେଣ୍ଟ ପ୍ଲାଜମା (ଅଫ୍ ଲେବଲ୍)କୁ ଅପସାରଣ କରିଛନ୍ତି।
କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜମା ଥେରାପୀର ଫଳପ୍ରଦ ପ୍ରତିଶତକୁ ନେଇ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଥିଲେ। ଆଇସିଏମଆର କହିଛି, କରୋନା ଆକ୍ରାନ୍ତଙ୍କର ପ୍ଲାଜମା ଥେରାପୀ କରାଗଲେ ମଧ୍ୟ ଏହା ଗୁରୁତର ରୋଗ କିମ୍ବା ମୃତ୍ୟୁର ହାରକୁ ହ୍ରାସ କରିବାରେ ବିଫଳ ହେଉଛି।
ଲାନସେଣ୍ଟ ପତ୍ରିକାରେ ମଧ୍ୟ ବିଭିନ୍ନ ଦେଶରେ ଏପରି ଘଟୁଥିବା ଖବର ପ୍ରକାଶ ପାଇଛି। ଭାରତ ମଧ୍ୟ ଅନୁରୂପ ଭାବେ ପ୍ଲାଜମା ଥେରାପୀ ଦ୍ୱାରା ମୃତ୍ୟୁହାରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ତେଣୁ ଏହାକୁ ଚିକତ୍ସା ନିର୍ଦ୍ଦେଶାବଳୀରୁ ବାଦ ଦିଆଯାଇଛି।
ଏଯାଏ ଭାରତର କୋଭିଡ -୧୯ ଚିକିତ୍ସା ପ୍ରୋଟୋକଲରେ କନଭାଲେସେଣ୍ଟ୍ ପ୍ଲାଜମା (ଅଫ୍ ଲେବଲ୍) ବ୍ୟବହାରକୁ ଅନୁମତି ରହିଥିଲା। ଏହା କେବଳ ଲକ୍ଷଣ ଆରମ୍ଭ ହେବାର ସାତ ଦିନ ମଧ୍ୟରେ ଓ ଆବଶ୍ୟକ ପୂରଣ କରୁଥିବା ପ୍ଲାଜମାଦାତାଙ୍କ ଉପସ୍ଥିତିରେ ହିଁ ଚିକତ୍ସା ପାଇଁ ବ୍ୟବହାର କରାଯାଉଥିଲା। ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ଆଉ ଜଣଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାର ବ୍ୟବସ୍ଥା ରହିଥିଲା।
The post କରୋନା ଚିକିତ୍ସାରୁ ହଟିଲା ପ୍ଲାଜମା ଥେରାପୀ, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/3byn6JL
No comments:
Post a Comment