ସହି ପାରିଲେନି କରୋନା ରୋଗୀଙ୍କ ଯନ୍ତ୍ରଣା, ଶେଷରେ ଜୀବନ ହାରିଲେ ଯୁବ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ସହି ପାରିଲେନି କରୋନା ରୋଗୀଙ୍କ ଯନ୍ତ୍ରଣା, ଶେଷରେ ଜୀବନ ହାରିଲେ ଯୁବ ଡାକ୍ତର

ନୂଆଦିଲ୍ଲୀ: ମହମାରୀ କରୋନାର ସମ୍ମୁଖ ଯୋଦ୍ଧା କୁହାଯାଉଥିବା ଜଣେ ଯୁବ ଡାକ୍ତର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇଛନ୍ତି। ସେ ଦୀର୍ଘ ଗୋଟିଏ ମାସ ହେଲା କ୍ରମାଗତ ଭାବେ କରୋନା ରୋଗୀଙ୍କ ଚିକିତ୍ସା କରି ଆସୁଥିଲେ। ଦୈନିକ ସଂକ୍ରମଣ ବୃଦ୍ଧି ଓ ତାଙ୍କ ଆଗରେ ଜଣଙ୍କ ପରେ ଜଣେ ଆକ୍ରାନ୍ତ ପ୍ରାଣ ହରାଇବାରୁ, ସେ ଏହି କଷ୍ଟକୁ ସହି ପାରି ନଥିଲେ।

ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦିଲ୍ଲୀର ମାଲଭିୟା ନଗର ପୁଲିସ ମୃତଦେହ ଜବତ କରିବା ସହ ସୁଇସାଇଡ ନୋଟ୍‌ ଜବତ କରିଛି। ଏହି ଡାକ୍ତର ଜଣଙ୍କ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ କାମ କରୁଥିଲେ।

ଆଇଏମଏର ପୂର୍ବତନ ମୁଖ୍ୟ ଡା ରବି ୱାଙ୍ଖଡେକର ଟ୍ୱିଟ କରି କହିଛନ୍ତି, ଡାକ୍ତର ବିବେକ ରୟ ଉତ୍ତର ପ୍ରଦେଶ ଗୋରଖପୁରର ଅଧିବାସୀ। ସେ ଜଣେ ଦକ୍ଷ ଡାକ୍ତର ଥିଲେ। ଏହି ମହାମାରୀ ଭିତରେ ଡାକ୍ତର ରୟ ଶହଶହ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଗୋଟିଏ ମାସ ହେଲାଣି ସେ ନିୟମିତ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ।


ପ୍ରତିଦିନ ସେ ୭ରୁ ୮ଟି ଗୁରତର କରୋନା ରୋଗୀଙ୍କ କଥା ବୁଝୁଥିଲେ। ତେବେ ଅଧିକରୁ ଅଧିକ ଲୋକ ସଂକ୍ରମଣ ଓ ପ୍ରାଣ ହରାଇବାରୁ ଡାକ୍ତର ରୟ ହତାଶ ହୋଇପଡ଼ିଥିଲେ। ତାଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା। ଲୋକଙ୍କ କରୋନା କଷ୍ଟ ସହି ନ ପାରି ଶେଷରେ ସେ ଜୀବନ ହାରିଛନ୍ତି ବୋଲି ଡାକ୍ତର ରବି କହିଛନ୍ତି।

ପୁଲିସ୍‌ ଡାକ୍ତର ରୟଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଛି। ସେହିପରି ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସହି ପାରିଲେନି କରୋନା ରୋଗୀଙ୍କ ଯନ୍ତ୍ରଣା, ଶେଷରେ ଜୀବନ ହାରିଲେ ଯୁବ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3gS3wLR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages