ଆରମ୍ଭ ହେଲା ଭୋଟ ଗଣତି: କେଉଁ ଦଳ କେଉଁଠି ଆଗରେ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ଆରମ୍ଭ ହେଲା ଭୋଟ ଗଣତି: କେଉଁ ଦଳ କେଉଁଠି ଆଗରେ ରହିଛି

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣତି। ଏବେ ମାତ୍ର କିଛି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସବୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଏଯାଏ ଗଣତି ଆରମ୍ଭ ହୋଇଥିବା ୫୭ଟି ଆସନରୁ ବିଜେପି ୩୨ଟି ଆସନରେ ଆଗରେ ଥିବା ବେଳେ ଟିଏମସି ୨୫ଟିରେ ଆଗୁଆ ରହିଛି। କଂଗ୍ରେସ-ବାମ ମେଣ୍ଟ ଖାତା ଖୋଲି ପାରି ନଥିବା ବେଳେ ଅନ୍ୟାନ୍ୟ ଦଳ ସପକ୍ଷରେ ମଧ୍ୟ ଶୂନ ଆସନ ରହିଛି।

ତାମିଲନାଡୁରେ୧୩ଟି ଆସନର ଇଭିଏମ ଖୋଲିଛି। ଏଥିରେ ଡିଏମକେ ୯ଟି ଓ ଶାସକ ଏଆଇଏଡିଏମକେ ୪ଟି ଆସନରେ ଆଗୁଆ ରହିଛି।

କେରଳରେ ୫୫ଟି ଆସନରୁ ଏଲଡିଏଫ ୨୬, କଂଗ୍ରେସ ମେଣ୍ଟ ୨୫, ବିଜେପି ୩ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଆସମର ଭୋଟ ଗଣତି ହୋଇଥିବା ୧୬ଟି ଆସନରୁ ବିଜେପି ୯ଟି ଓ କଂଗ୍ରେସ ୫ଟି ଆସନରେ ଆଗୁଆ ରହିଛି। ଏଜେପି ୨ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିନାହାନ୍ତି।

ପୁଡୁଚେରୀର ୫ଟି ଆସନରେ ବିଜେପି ମେଣ୍ଟ ୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ମାତ୍ର ୧ଟି ଆସନରେ ଆଗୁଆ ରହିଛି।

The post ଆରମ୍ଭ ହେଲା ଭୋଟ ଗଣତି: କେଉଁ ଦଳ କେଉଁଠି ଆଗରେ ରହିଛି appeared first on Odisha Reporter.



from Odisha Reporter https://ift.tt/3xErTTo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages