ଭଲ ଖବର: ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, କିନ୍ତୁ ପୁଣି ୪ ହଜାରରୁ ଅଧିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଭଲ ଖବର: ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, କିନ୍ତୁ ପୁଣି ୪ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଦେଶର ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ଏପ୍ରିଲ ୨୦ ପରେ ଦୈନିକ ସଂକ୍ରମଣରେ ଏଭଳି ହ୍ରାସ ଘଟିଛି। ମେ’ ୬ରେ କରୋନାର ଦ୍ୱିତୀୟ ଲହର ତା’ର ଉଗ୍ର ରୂପ ଦେଖାଇଥିଲା।

ସେଦିନ ୪.୧୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ହେଲେ ୯ ଦିନ ପରେ ସ୍ଥିତିରେ ସୁଧାର ଆସିଛି ଓ ସଂକ୍ରମଣ ସଂଖ୍ୟା ପ୍ରାୟ ୩୦% ହ୍ରାସ ଘଟିଛି। ଦୈନିକ ସଂକ୍ରମଣ ୩ ଲକ୍ଷରୁ ତଳକୁ ଖସିଥିଲେ ହେଁ ମୃତ୍ୟୁସଂଖ୍ୟାରେ କୌଣସି ସୁଧାର ଆସିନି। ପୁଣିଥରେ କରୋନା ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି।

ସପ୍ତାହକ ମଧ୍ୟରେ ୪ର୍ଥ ଥର ପାଇଁ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ କରୋନା ୪୧୦୬ ଜଣଙ୍କ ମୁଣ୍ଡ ନେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୈନିକ ସଂକ୍ରମଣ ତୁଳନାରେ ଏବେ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ଏହି କାରଣରୁ ଆକ୍ଟିଭ କେସ୍ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି।

ଗୋଟିଏ ଦିନରେ ୩,୭୮,୭୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଗତକାଲି ତୁଳନାରେ ଆଜି ଆକ୍ଟିଭ କେସ୍‌ ସଂଖ୍ୟାରେ ୧,୦୧,୪୬୧ ହ୍ରାସ ଘଟିଛି। ଏବେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୧୬,୯୯୭ ରହିଛି। ଏଯାଏ ଦେଶରେ ୨,୧୧,୭୪,୦୭୬ ଜଣ ସୁସ୍ଥ ହୋଇ ସାରିଲେଣି।

ଅନ୍ୟପକ୍ଷରେ ଟେଷ୍ଟିଂ ସଂଖ୍ୟାରେ ହ୍ରାସ ପାଇଥିବାରୁ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା କୁହାଯାଉଛି। ଦୈନିକ ୧୭ରୁ ୧୯ ଲକ୍ଷ ଟେଷ୍ଟ କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୭୩,୫୧୫ ନମୁନା ଟେଷ୍ଟ କରାଯାଇଛି। ସେହିପରି ଏଯାଏ ୩୧,୬୪,୨୩,୬୫୮ ନମୁନା ପରୀକ୍ଷା କରାଯାଇ ସାରିଲାଣି ବୋଲି ଆଇସିଏମଆର ସୂଚନା ଦେଇଛି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମୋଟ ୨,୮୧,୩୮୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୯,୬୫,୪୬୩କୁ ବୃଦ୍ଧି ପାଇଛି। ସେହିପରି ୪,୧୦୬ ଜଣଙ୍କ ମୃତ୍ୟୁ ହୋଇଥିବାରୁ ମୋଟ ମୃତକଙ୍କ ସଂଖ୍ୟା ୨,୭୪,୩୯୦ ଛୁଇଁଛି।

ଏଯାଏ ମୋଟ ୧୮,୨୯,୨୬,୪୬୦ ଜଣଙ୍କୁ ଟିକା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୯୭୪ ଜଣ ପ୍ରାଣ ହରାଇଥିବା ବେଳେ ତାମିଲନାଡୁରେ ୩୧୧, ଉତ୍ତର ପ୍ରଦେଶରେ ୩୦୮, କର୍ଣ୍ଣାଟକାରେ ୪୦୩, ଦିଲ୍ଲୀରେ ୨୬୨ ଓ ଛତିଶଗଡ଼ରେ ୧୪୪ ଜଣଙ୍କ ମୃତ୍ୟୁ ଘଟିଛି।

ସର୍ବାଧିକ ସଂକ୍ରମଣ ତାଲିକାର ପ୍ରଥମ ୫ ସ୍ଥାନରେ ଥିବା ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର ୩୪,୩୮୯, ତାମିଲନାଡୁ ୩୩,୧୮୧, କର୍ଣ୍ଣାଟକା ୩୧,୫୩୧, କେରଳ ୨୯,୭୦୪ ଓ ଆନ୍ଧ୍ର ପ୍ରଦେଶରେ ୨୪,୧୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୋଟ ସଂକ୍ରମଣର ୫୪.୩୭% କେସ୍‌ ଏହି ୫ ରାଜ୍ୟରୁ ରେକର୍ଡ ହୋଇଛି। କେବଳ ମହାରାଷ୍ଟ୍ରରେ ଏହା ୧୨.୨୨% ରହିଛି।

The post ଭଲ ଖବର: ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, କିନ୍ତୁ ପୁଣି ୪ ହଜାରରୁ ଅଧିକ ମୃତ appeared first on Odisha Reporter.



from Odisha Reporter https://ift.tt/3wbybbz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages