ନାରଦା ଷ୍ଟିଙ୍ଗ: ମମତାଙ୍କ ମନ୍ତ୍ରୀଙ୍କୁ ହଠାତ୍‌ ଉଠାଇ ନେଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ନାରଦା ଷ୍ଟିଙ୍ଗ: ମମତାଙ୍କ ମନ୍ତ୍ରୀଙ୍କୁ ହଠାତ୍‌ ଉଠାଇ ନେଲା ସିବିଆଇ

କୋଲକାତା: ବହୁ ଚର୍ଚ୍ଚିତ ନାରାଦା ଲାଞ୍ଚ କାରବାର ଘଟଣାରେ ସିବିଆଇ ହଠାତ୍‌ ସକ୍ରିୟ ହୋଇ ଉଠିଛି। ଆଜି ସକାଳୁ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ଥିବା ଫିରହାଦ ହକିମଙ୍କୁ ସିବିଆଇ ତାଙ୍କ ଘରୁ ଉଠାଇ ନେଇଛି। ତାଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବାକୁ ସିବିଆଇ ନିଜ ସାଥୀରେ ନେଇଥିବା କୁହାଯାଉଛି। ସେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ସିବିଆଇ ମଧ୍ୟ ଏ ବିଷୟରେ କିଛି କହି ନାହିଁ। ହେଲେ ହକିମ ତାଙ୍କୁ ସିବିଆଇ ଗିରଫ କରିଥିବା ଦାବି କରିଛନ୍ତି।

କିଛି ଦିନ ତଳେ ରାଜ୍ୟପାଳ ଜଗଦୀପ ଧାନକର ଫିରହାଦ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଅନ୍ୟ ୩ ଜଣ ହେଲେ ରାଜ୍ୟର ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ସୋଭନ ଚାଟାର୍ଜୀ। ନିୟମ ଅନୁସାରେ କୌଣସି ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବିଧାନସଭା ବାଚସ୍ପତିଙ୍କ ଅନୁମତି ଲୋଡ଼ିବା କଥା।

ହେଲେ ନାରଦା ଲାଞ୍ଚକାରବାର ମାମଲାରେ ସିବିଆଇ ବାଚସ୍ପତିଙ୍କ ବଦଳରେ ସିଧା ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲା। ରାଜ୍ୟପାଳ ଅନୁମତି ଦେଇ କହିଥିଲେ ଯେ ଏହି ୪ ସଦସ୍ୟ କେବଳ ବିଧାୟକ ନୁହନ୍ତି, ୨୦୧୧ରେ ସମସ୍ତଙ୍କୁ ସେ ମନ୍ତ୍ରୀ ଭାବେ ମଧ୍ୟ ଶପଥ ପାଠ କରାଇଥିଲେ। ତେଣୁ ସେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଅନୁମତି ଦେଇ ପାରିବେ।

୨୦୧୪ରେ ନାରଦା ଲାଞ୍ଚ କାରବାର ମାମଲା ଘଟିଥିଲା। ଏହି ସମୟରେ ସମସ୍ତ ୪ ସଦସ୍ୟ ମମତାଙ୍କ ସରକାରରେ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ପୋର୍ଟାଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଟିଏମସି ନେତାମାନେ ଟଙ୍କା ନେଉଥିବା ଦେଖିବାକୁ ମିଳିଥିଲା। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ରିଲିଜ୍‌ ହୋଇଥିଲା।

ଫିରହାଦ ଓ ସୁବ୍ରତ ମୁଖାର୍ଜୀ ପଶ୍ଚିମବଙ୍ଗର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୂଆ ମମତା ସରକାରରେ ମଦନ ମିତ୍ର ସ୍ଥାନ ପାଇନାହାନ୍ତି। ୨୦୧୯ରେ ସୋଭନ ଚାଟାର୍ଜୀ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ସେ ମାର୍ଚ୍ଚରେ ଦଳ ଛାଡ଼ି ଦେଇଛନ୍ତି। ଚଳିତ ବିଧାନସଭାରେ ସେ ନିର୍ବାଚନ ମଧ୍ୟ ଲଢ଼ି ନଥିଲେ।

The post ନାରଦା ଷ୍ଟିଙ୍ଗ: ମମତାଙ୍କ ମନ୍ତ୍ରୀଙ୍କୁ ହଠାତ୍‌ ଉଠାଇ ନେଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/3eQpKMN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages