ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥର ଜାମୁଝାଡ଼ିରୁ ବାସୁଦେବପୁର ଅଭିମୁଖେ ଯାଉଥିବା ରାସ୍ତାକୁ ଖୋଳିଦେଇଛନ୍ତି ଗାଁ ଲୋକେ। ଜଳବନ୍ଦୀ ଥିବା ଗାଁ ଲୋକମାନେ ରାସ୍ତା ଖୋଳି ଦେଇଥିବା ଜଣାପଡ଼ିଛି। ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି।
ବାତ୍ୟା ‘ୟାସ୍’ ଯୋଗୁ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ୨୮୮ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ନିଷ୍କାସିତ ହୋଇନପାରି ଘରେ ପଶୁଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ ଖଣ୍ଡରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ନପହଞ୍ଚିବାରୁ କିଛି ଉପାୟ ନପାଇ ଗାଁ ଲୋକେ ଭଦ୍ରକ-ବାସୁଦେବପୁର ରାସ୍ତାକୁ ଖୋଳି ପକାଇଛନ୍ତି।
ସେପଟେ ଭଦ୍ରକ ସହରାଞ୍ଚଳର ସରକାର ନଗର ନିକଟରେ ବର୍ଷା ପାଣିରେ କାର ଭାସି ଯାଇଥିବା ଦେଖିବାକୁ ମିଳିଛି। କାର ଗୁଡ଼ିକ ମରାମତି ପାଇଁ ଗ୍ୟାରେଜରେ ନିକଟରେ ଛିଡ଼ା ହୋଇଥିଲା। ତେବେ ଗତ ଦୁଇ ଦିନ ଧରି ହୋଇଥିବା ବର୍ଷା ପାଣି ଗାଡି ଗୁଡ଼ିକ ଭାସି ଯାଇଥିବା ଦାଖିବାକୁ ମିଳିଛି।
The post ଭଦ୍ରକ-ବାସୁଦେବପୁର ରାସ୍ତାକୁ ଖୋଳିଦେଲେ ଗାଁ ଲୋକ appeared first on Odisha Reporter.
from Odisha Reporter https://ift.tt/3yDkZOK
No comments:
Post a Comment