ମାନହାନି ଅଭିଯୋଗ ଆଣିଲେ ଭାଇଜାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ମାନହାନି ଅଭିଯୋଗ ଆଣିଲେ ଭାଇଜାନ

ମୁମ୍ବାଇ: ରାଗିଗଲେ ବଲିଉଡର ଭାଇଜାନ । କୋର୍ଟର ଦ୍ୱାରସ୍ଥ ହେଲୋ ସଲମାନ । ଆଣିଲେ ମାନହାନି ଅଭିଯୋଗ । ଅଭିନେତା କମାଲ ଆର୍ ଖାନ୍‌ଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ନିକଟରେ ଇଦ୍ ଅବସରରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ରାଧେ’କୁ ନେଇ କମାଲ ଆର ଖାନ୍ ଖରାପ ରିଭ୍ୟୁ କରଥିଲେ । ଏଥିରେ ସଲମାନ ରାଗି ଯାଇ ମୁମ୍ବାଇ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି ।

ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ । ନୋଟିସ ମୁତାବକ ସଲମାନ ଖାନଙ୍କ ଲିଗାଲ ଟିମ୍ ଗୁରୁବାର ସିଭିଲ୍ କୋର୍ଟର ଆଡିଶନାଲ ସେସନ୍ ଜଜ୍‌ଙ୍କ ନିକଟରେ ଏହି ମାମଲାର ତତ୍‌କାଳ ଶୁଣାଣି ପାଇଁ ନିବେଦନ କରିବେ ।

ସେପଟେ କମାଲ ଆର୍ ଖାନ୍ ମଧ୍ୟ ସଲମାନଙ୍କ ଏଭଳି ମାନହାନି ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, “ଡିଅର୍ ସଲମାନ ଖାନ୍‌, ଏହି ମାନହାନି କେସ୍ ଆପଣଙ୍କ ହାତାଶ ଏବଂ ନିରାଶ ହେବାର ପ୍ରମାଣ । ମୁଁ ମୋ ଫଲୋଅର୍ସଙ୍କ ପାଇଁ ରିଭ୍ୟୁ କରେ ଏବଂ ନିଜ କାମ କରୁଛି । ମୋତେ ଆପଣଙ୍କ ପିଲ୍ମ ରିଭ୍ୟୁ କରିବା ପାଇଁ ଅଟକାଇବା ବଦଳରେ ଆପଣ କିଛି ଭଲ ଫିଲ୍ମ ତିଆରି କରନ୍ତୁ । ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କମାଲ ଖାନ୍ କହିଛନ୍ତି ।”

ସୂଚନା ମୁତାବକ, ସଲମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ ଚଳିତ ମାସ ୧୩ ତାରିଖାରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ ହୋଇଥିଲା । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ସଲମାନ ଖାନ୍‌ଙ୍କ ବ୍ୟତୀତ ଦିଶା ପଟନି, ରଣଦୀପ ହୁଡ୍ଡା, ଜ୍ୟାକି ସ୍ରଫ, ଗୌତମ ଗୁଲାଟି ପ୍ରମୁଖ ଅଛନ୍ତି ।

The post ମାନହାନି ଅଭିଯୋଗ ଆଣିଲେ ଭାଇଜାନ appeared first on Odisha Reporter.



from Odisha Reporter https://ift.tt/3fJJwJe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages