ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି

ନୂଆଦିଲ୍ଲୀ: ସହଯୋଗୀ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ରିମାଣ୍ଡରେ ଯାଇଥିବା ଅଲିମ୍ପିକ୍ସରେ ମେଡାଲ ପାଇଥିବା ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ହେଉଛି। ସାଗରଙ୍କ ବାପା ମା’ ଏହି ଦାବି କରିଛନ୍ତି। ଏଥିସହ ସୁଶୀଲଙ୍କ ବିରୋଧରେ ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି।

ସାଗରଙ୍କ ବାପା ଅଶୋକ କହିଛନ୍ତି, ଘଟଣାର କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ହେବା ଦରକାର। ପୁଲିସ୍‌ ଦ୍ୱାରା ତଦନ୍ତ ବାଟବଣା ହୋଇପାରେ। କାରଣ ସୁଶୀଲ କୁମାର ନିଜର ରାଜନୀତିକ ଲିଙ୍କ ଜରିଆରେ ଏହାକୁ ପ୍ରଭାବିତ କରିପାରନ୍ତି। ତେଣୁ କୋର୍ଟ ଏହାର ତଦନ୍ତ କରନ୍ତୁ।

ଆମେ ନ୍ୟାୟ ପାଇବୁ ବୋଲି ଆଶା କରିଛୁ। ଘଟଣା ପରେ ସେ କୁଆଡ଼େ ଯାଇଥିଲେ? ତାଙ୍କୁ କେଉଁମାନେ ସହଯୋଗ କରିଥିଲେ? କେଉଁ ଗ୍ୟାଙ୍ଗଷ୍ଟରଙ୍କ ସହ ତାଙ୍କର ଲିଙ୍କ ରହିଛି, ସେ ସବୁର ତଦନ୍ତ ହେବା ଦରକାର। ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଗଲେ ଲୋକମାନଙ୍କ ମନରେ ନିଶ୍ଚିତ ହତ୍ୟା କରିବା ପୂର୍ବରୁ ଭୟ ସୃଷ୍ଟି ବୋଲି ସାଗରଙ୍କ ବାପା କହିଛନ୍ତି।

ସାଗରଙ୍କ ମା’ ମଧ୍ୟ ସୁଶୀଲଙ୍କ ଉପରେ ବର୍ଷିଛନ୍ତି। ସୁଶୀଲ ମେଣ୍ଟୋର ହେବାକୁ ଯୋଗ୍ୟ ନୁହନ୍ତି। ତାଙ୍କୁ ମିଳିଥିବା ସମସ୍ତ ପଦକ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ସେ କହିଛନ୍ତି। ସାଗର ସବୁବେଳେ ସୁଶୀଲଙ୍କୁ ନିଜର ଗୁରୁ ଭାବେ ବିବେଚନା କରୁଥିଲେ। ଏଥିସହ ତାଙ୍କ ଠାରୁ କୁସ୍ତିର ଟ୍ରେନିଂ ନେଉଥିଲେ।

ସାଗରଙ୍କ ମା’ କହିଛନ୍ତି, “ମୋ ପୁଅକୁ ହତ୍ୟା କରିଥିବା ବ୍ୟକ୍ତି କେବେ ହେଲେ ଗୁରୁର ମାନ୍ୟତା ପାଇବାକୁ ଯୋଗ୍ୟ ନୁହନ୍ତି। ସୁଶୀଲ କୁମାରଙ୍କ ସମସ୍ତ ପଦକ ତାଙ୍କ ଠାରୁ କାଢ଼ି ନିଆଯାଉ। ଆମର ବିଶ୍ୱାସ ପୁଲିସ୍‌ ଠିକ ଭାବେ ତଦନ୍ତ କରିବ। କିନ୍ତୁ ସୁଶୀଲ କୁମାର ତାଙ୍କର ରାଜନୀତିକ ଲିଙ୍କକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରିପାରନ୍ତି।”

ସୂଚନାଯୋଗ୍ୟ ରବିବାର ସକାଳେ ସାଗରଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅଜୟଙ୍କୁ ମୁଣ୍ତୁକାରୁ ଗିରଫ କରିଥିଲା। ଛତ୍ରସାଲ ଷ୍ଟାଡିୟମରେ ସାଗରଙ୍କୁ ମାଡ଼ ମାରିବା ପରେ ସେମାନେ ଫେରାର ହୋଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିବାର ୧୯ ଦିନ ପରେ ଏପରି ଗରିଫଦାରୀ ହୋଇଛି।

The post ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି appeared first on Odisha Reporter.



from Odisha Reporter https://ift.tt/2QLcU9D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages