ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’। ଏହା ଏକ ଅତି ଭୀଷଣ ବାତ୍ୟା ହେବ। ତେଣୁ କ୍ଷୟକ୍ଷତି ବ୍ୟାପକ ହୋଇପାରେ ବୋଲି ଆକଳନ କରାଯାଉଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟାସ’ର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଭିଭି ଯାଦବ ଓ ବିଶାଳ ଦେବ ଯଥାକ୍ରମେ ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ନେବେ। ସେହିପରି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ସୂଚନା ଅନୁଯାୟୀ, କରୋନା ସମୟରେ ବାତ୍ୟା ମୁକାବିଲା କେମିତି କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି। ତା’ସହିତ ବାତ୍ୟା ସମୟରେ କରୋନା ନେଇ ଲୋକମାନେ କେମିତି ସୁରକ୍ଷିତ ରହିବେ, ସେ ସଂପର୍କରେ ବି ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି।
ବାତ୍ୟା ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏନ୍ଡିଆର୍ଏଫ୍ ତରଫରୁ ଓଡ଼ିଶାରେ ୫୨ଟି ଟିମ୍ କାର୍ଯ୍ୟ କରିବ। ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
Sr Secretaries being deployed to districts. @CMO_Odisha @SecyChief @IPR_Odisha @SRC_Odisha @osdmaodisha pic.twitter.com/sjRINUsdYb
— Pradeep Jena IAS (@PradeepJenaIAS) May 24, 2021
The post ବାତ୍ୟା ‘ୟାସ’ ମୁକାବିଲା: ୫ ବରିଷ୍ଠ ଆଇଏଏସ୍ଙ୍କୁ ୫ ଜିଲ୍ଲାର ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/3yyCfof
No comments:
Post a Comment