କେତେ ଦିନ ଯାଏ କରୋନା ସଂକ୍ରମଣରୁ ସୁରକ୍ଷା ଦେବ ଟିକା? କ’ଣ କହୁଛନ୍ତି ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 22, 2021

କେତେ ଦିନ ଯାଏ କରୋନା ସଂକ୍ରମଣରୁ ସୁରକ୍ଷା ଦେବ ଟିକା? କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁରକ୍ଷା ଦେବାରେ ଟିକା ସକ୍ଷମ। ତେବେ ଏହା କେତେ ଦିନ ଯାଏ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରି ରଖିବ? ସାଧାରଣ ଲୋକଙ୍କ ଶରୀରରେ ତ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି। କ’ଣ ଟିକା ନେବା ଦ୍ୱାରା କ୍ୟାନସର ଭଳି ରୋଗୀଙ୍କ କ୍ଷେତ୍ରରେ ସମାନ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି? ଏ ଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ବିଶେଷଜ୍ଞଙ୍କ ମତରେ କରୋନା ଟିକା କେତେ ଦିନ ଯାଏ ଜଣଙ୍କୁ ସୁରକ୍ଷା ଯୋଗାଇବ, ତା’ର ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଇଛି। କେଉଁ ଟିକା ୬ମାସରୁ ବର୍ଷେ ସୁରକ୍ଷା ଦେବ ବୋଲି ଦାବି କରୁଥିବା ବେଳେ ଆଉ କିଛିର ପରୀକ୍ଷା ଚାଲିଛି।

ଏଭଳି ସ୍ଥିତରେ କୋଭିଡ ବୁଷ୍ଟରକୁ ବାର୍ଷିକ ଫ୍ଲୁ ଟିକା ଭାବେ ବିବେଚନା କରିବାକୁ ଯୋଜନା ଚାଲିଥିବା କୁହାଯାଇଛି। ପ୍ରତିବର୍ଷ ଲୋକଙ୍କୁ ଟିକାର ଡୋଜ୍‌ ନେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ଡାନା ଫାରବେର କ୍ୟାନସର ଇନଷ୍ଟିଚ୍ୟୁଟର ମୁଖ୍ୟ ମେଡିକାଲ ଅଫିସର କ୍ରେଗ ବୁନ୍ନେଲ କହିଛନ୍ତି, ଭଲ ଖବର ହେଉଛି, ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି ନାହିଁ, ସେକଥା ଜାଣିବାକୁ ଆମ ପାଖରେ ଆଣ୍ଟିବଡି ଟେଷ୍ଟ ରହିଛି। କିନ୍ତୁ ଖରାପ ଖବର ହେଉଛି ଯେ ଏହି ରେଜଲ୍ଟକୁ ଆମେ କେମିତି ଉପସ୍ଥାପନ କରିବୁ, ସେକଥା ଜାଣିପାରୁନୁ। ଏହାର ଅର୍ଥ ଆଣ୍ଟିବଡି ଟିକା ନେବା ଦ୍ୱାରା କେତେ ଦିନ ଆମକୁ ସୁରକ୍ଷିତ ରଖୁଛି, ତାହା ଜଣାପଡ଼ିନି।”

ଏପିଡେମିଓଲୋଜିଷ୍ଟ ମାଇକେଲ ମୀନା କହିଛନ୍ତି, ପ୍ରତି ସପ୍ତାହରେ ନୂଆ ତଥ୍ୟ ଆସୁଛି। ଏହାକୁ ଆଧାର କରି ଗବେଷକମାନେ ଟିକାର ସୁରକ୍ଷା ସମ୍ପର୍କରେ ଭଲ ଭାବେ ଜାଣିବା ପାଇଁ ଆଗକୁ ବଢ଼ୁଛନ୍ତି। ବର୍ତ୍ତମାନ ସୁଦ୍ଧା ସାଧାରଣତଃ ଟିକା କେତେ ଦିନ ସୁରକ୍ଷା ଦେବ, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ମିଳିଥିବା ସମସ୍ତ ସୂଚନାକୁ ତର୍ଜମା କଲେ ଟିକା ନେବା ଦ୍ୱାରା ଅତିକମରେ ୬ ମାସ ଯାଏ ଶରୀରରେ ଆଣ୍ଟିବଡି ରହୁଛି ବୋଲି କୁହାଯାଇ ପରେ। ଏହାପରେ କ’ଣ ହେବ, ସେ ବିଷୟରେ ଏଯାଏ କିଛି ଜଣାପଡ଼ିନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାନସର ରୋଗରେ ପୀଡ଼ିତ ଥିବା ୪୦ରୁ ୫୦% ରୋଗୀଙ୍କ ଶରୀରରେ ଟିକା ନେଲେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହେଉ ନଥିବା ଦେଖିବାକୁ ମିଳିଛି।

The post କେତେ ଦିନ ଯାଏ କରୋନା ସଂକ୍ରମଣରୁ ସୁରକ୍ଷା ଦେବ ଟିକା? କ’ଣ କହୁଛନ୍ତି ବିଶେଷଜ୍ଞ appeared first on Odisha Reporter.



from Odisha Reporter https://ift.tt/3vfkOam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages