କରୋନାରେ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

କରୋନାରେ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ

ଜୟପୁର: ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ୧୯୮୦ରୁ ୧୯୮୧ ଯାଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଜଗନ୍ନାଥ ହରିଆଣା ଓ ବିହାରର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।


କଂଗ୍ରେସର ହେଭିୱେଟ ଭାବେ ଜଣାଣୁଣା ଜଗନ୍ନାଥଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଭୀର ଶୋକ ପ୍ରକାଶ କରି ଜଗନ୍ନାଥଙ୍କ ପରଲୋକ ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି।

ଏଥିସହ ସେ ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି। ଶୋକ ଘୋଷଣା କରାଯାଇଥିବାରୁ ଆଜି(ଗୁରୁବାର) ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ସେହିପରି ଜାତୀୟ ପତାକା ଅର୍ଦ୍ଧନମିତ ହେବ।


ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି। ଆଜି ଦିନ ୧୨ଟାରେ ରାଜସ୍ଥାନରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ଜଗନ୍ନାଥ ପାହାଡ଼ିଆଙ୍କ ପାଇଁ ଶୋକସଭା ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

The post କରୋନାରେ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ appeared first on Odisha Reporter.



from Odisha Reporter https://ift.tt/33WTQZ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages