ଦୈନିକ ମୃତ୍ୟୁସଂଖ୍ୟା କମିଲା, କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ଦୈନିକ ମୃତ୍ୟୁସଂଖ୍ୟା କମିଲା, କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଲା

ନୂଆଦିଲ୍ଲୀ: କ୍ରମାଗତ ୪ ହଜାର ଉପରେ ରହୁଥିବା ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ଆଜି ସାମାନ୍ୟ ହ୍ରାସ ପାଇଛି। ବୁଧବାର ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଆଜି ଏହା ୩୮୭୪କୁ ଖସି ଆସିଛି। ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲେ ହେଁ ଦୈନିକ ସଂକ୍ରମଣ ଆଜି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨,୭୬,୧୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୨୪ ଘଣ୍ଟା ମଧ୍ୟରେ ମୋଟ ୨୦,୫୫,୦୧୦ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨,୭୬,୧୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୭,୭୨,୪୦୦ରେ ପହଞ୍ଚି ଯାଇଛି। ଗତକାଲି ୨,୬୭,୩୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ୨,୬୩,୨୮,୫୩୩ ଥିଲା। ତେଣୁ ସଂକ୍ରମିତଙ୍କ ସଂଖ୍ୟା ଆଜି ସାମାନ୍ୟ ବୃଦ୍ଧି ପାଇଛି।

ଗତକାଲି ଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ୨୪ ଘଣ୍ଟାରେ ୩,୬୯,୦୭୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୨୩,୫୫,୪୪୦ ହୋଇଯାଇଛି।

ଗୋଟିଏ ଦିନରେ ୩,୮୭୪ ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ଗତକାଲି ଏହା ୪,୫୨୯ ରହିଥିଲା। ଏହାର ଅର୍ଥ ଦୈନିକ ମୃତ୍ୟୁସଂଖ୍ୟା ଆଜି ହ୍ରାସ ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୧,୨୯,୮୭୮ ରହିଛି। ବୁଧବାର ଏହା ୩୨,୨୬,୭୧୯ ରହିଥିଲା। ଏଯାଏ ୧୮,୭୦,୦୯,୭୯୨ ଜଣ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ନେଇ ସାରିଲେଣି।


୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୪,୮୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରେ ୩୪,୨୮୧, ମହାରାଷ୍ଟ୍ରରେ ୩୪,୦୩୧, କେରଳରେ ୩୨,୭୬୨ ଓ ଆନ୍ଧ୍ର ପ୍ରଦେଶରେ ୨୩,୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରେ ଦେଶର ମୋଟ ସଂକ୍ରମଣର ୫୭.୬୪% ଲୋକ ରହିଛନ୍ତି। କେବଳ ତାମିଲନାଡୁରେ ଏହି ସଂଖ୍ୟା ୧୨.୬୩% ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୫୯୪ ଜଣ ପ୍ରାଣ ହରାଇଥିବା ବେଳେ କର୍ଣ୍ଣାଟକାରେ ୪୬୮, ତାମିଲନାଡୁରେ ୩୬୫, ଉତ୍ତର ପ୍ରଦେଶରେ ୨୮୦, ଉତ୍ତରାଖଣ୍ଡରେ ୧୯୩, ରାଜସ୍ଥାନରେ ୧୩୯, ପଞ୍ଜାବରେ ୨୦୮, ମଧ୍ୟପ୍ରଦେଶରେ ୮୮, କେରଳରେ ୧୧୨, ହିମାଚଳ ପ୍ରଦେଶରେ ୧୫୩, ଦିଲ୍ଲୀରେ ୨୩୫, ହରିଆଣାରେ ୧୫୩, ଛତିଶଗଡ଼ରେ ୧୪୬, ବିହାରରେ ୧୦୪ ଓ ଆନ୍ଧ୍ର ପ୍ରଦେଶରେ ୧୦୬ ଜଣଙ୍କ ଜୀବନ ଯାଇଛି।

The post ଦୈନିକ ମୃତ୍ୟୁସଂଖ୍ୟା କମିଲା, କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଲା appeared first on Odisha Reporter.



from Odisha Reporter https://ift.tt/3u7Bkro

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages