ବେଙ୍ଗାଲୁରୁ: ଗୁରୁବାର କର୍ଣ୍ଣାଟକରେ ଏକ ନାଟକୀୟ ଘଟଣା ଘଟିଛି। ଜଣେ କୋଭିଡ ରୋଗୀଙ୍କ ପରିବାର ହସ୍ପିଟାଲରେ ବେଡ୍ ପାଇଁ ଆମ୍ବୁଲାନ୍ସକୁ ବିଧାନସଭା ବାହାରେ ରଖି ଧାରଣା ଦେଇଥିଲେ। ସିଏମଓ ଅଧିକାରୀମାନେ ଏକ ବେଡ୍ ଏବଂ ଆମ୍ବୁଲାନ୍ସ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ, ସିଏମଓଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତା ଅବରୋଧ କରାଯାଇଥିଲା।
ଦ୍ୱିତୀୟ ଘଟଣାରେ, ହସ୍ପିଟାଲ ବେଡ୍ ପାଇପାରୁ ନ ଥିବାରୁ ଜଣେ ମହିଳା ତାଙ୍କ ଝିଅ ସହିତ କୋଭିଡ ପଜିଟିଭ ସ୍ୱାମୀଙ୍କୁ ନେଇ ଆମ୍ବୁଲାନ୍ସରେ ବିଧାନସଭା ସୌଧକୁ ଯାଇ ଚିକିତ୍ସା ପାଇଁ ଏକ ବେଡ୍ ମାଗିଥିଲେ। ଏହି ସମୟରେ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଏନ୍. ହାରିସଙ୍କ ପୁଅ ମହମ୍ମଦ ନାଲାପଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ। ତେବେ ପ୍ରାୟ ଅଧ ଘଣ୍ଟା ପରେ ମୁଖ୍ୟ ଶାସନ ସଚିବ ପି ରବି କୁମାର ଶେଷରେ ଭିକ୍ଟୋରିଆ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା କରିଥିଲେ। ସେମାନେ ଆମ୍ବୁଲାନ୍ସକୁ ଡାକ୍ତରଖାନା ପଠାଇବା ପରେ ନାଲପଡଙ୍କୁ ପୁଲିସ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି କର୍ଣ୍ଣାଟକକୁ ୫୦,୦୦୦ରୁ ଅଧିକ କୋଭିଡ ମାମଲା ଆସୁଛି। ଆଉ ବେଙ୍ଗାଲୁରୁ ପାଲଟିଛି ଏହି ଉହାନ ଭାଇରସର ହଟସ୍ପଟ। ହସ୍ପିଟାଲ ଗୁଡ଼ିକରେ ଏବେ ବେଡ୍ ଅଭାବ ରହିଛି। ତେଣୁ କୋଭିଡ୍ ମୁକାବିଲା କିଭଳି କରାଯିବ ଆଉ ଅଧିକରୁ ଅଧିକ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ତାହା ରାଜ୍ୟ ସରକାରଙ୍କ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
The post ବେଡ୍ ପାଇଁ ବିଧାନସଭା ବାହାରେ ଆମ୍ୱଲାନ୍ସ ଧରି ଧାରଣା ଦେଲେ ଆକ୍ରାନ୍ତଙ୍କ ପରିବାର appeared first on Odisha Reporter.
from Odisha Reporter https://ift.tt/2R1vslV
No comments:
Post a Comment