ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି ।

ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା ।

ଗୁରୁବାର ଜାରି ହୋଇଥିବା ନିଲମ୍ବନ ନିର୍ଦ୍ଦେଶରେ କୁହାଯାଇଛି ଯେ ଏବେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଅନୁଗୁଳିଆଙ୍କ ହେଡକ୍ୱାର୍ଟର୍ସ ରହିବ । ନିଲମ୍ବନ ଅବଧି ମଧ୍ୟରେ ସେ କୋରାପୁଟ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ।

The post ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3nWWXcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages