ସଟଡାଉନରେ କାହିଁକି ବୁଲୁଛୁ ପଚାରିବାରୁ ପୁଲିସକୁ ପିଟିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ସଟଡାଉନରେ କାହିଁକି ବୁଲୁଛୁ ପଚାରିବାରୁ ପୁଲିସକୁ ପିଟିଲେ ଯୁବକ

ପୁରୀ(ଓଡ଼ିଶା ରିପୋର୍ଟର) ପ୍ରଶ୍ନ କରି ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ। ଏଭଳି କିଛି ଘଟଣା ଘଟିଛ ପୁରୀ ଜିଲ୍ଲା ବଳଙ୍ଗା ବଜାରରେ। ସଟଡାଉନ ସମୟରେ ବିନା ମାସ୍କ ରେ କାହିଁକି ବଜାରେ ବୁଲୁଛୁ ପଚାରିବାରୁ ପୁଲିସକୁ ଆକ୍ରମଣ କରଛନ୍ତି ଯୁବକ। ଆଜି ସକାଳେ ସମୟରେ ବଳଙ୍ଗା ପୁଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ହେଉଥିଲା ।

ସେହି ସମୟରେ ବଳଙ୍ଗା ବଜାର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କ ରେ ଆସୁଥିଲେ । ପୁଲିସ ତାକୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ପଚାରିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଏହାପରେ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୁଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ପୁଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଅଜୟଙ୍କୁ ଗିରଫ କରାଯାଇଛି। ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

The post ସଟଡାଉନରେ କାହିଁକି ବୁଲୁଛୁ ପଚାରିବାରୁ ପୁଲିସକୁ ପିଟିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/2RHNmug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages