ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସମସ୍ତଙ୍କ ଭରସା ଡାକ୍ତର। ହେଲେ ଇତିମଧ୍ୟରେ ଜଣେ ମହିଳା ଡାକ୍ତର ଅସଦାଚାରଣର ଶିକାର ହୋଇଛନ୍ତି। ଆଉ ଏହି ଅସଦାଚରଣ ଅଭିଯୋଗ ଆସିଛି ସିଆରପିଏଫ ଡିଆଇଜିଙ୍କ ନାମରେ। ଯାହାକୁ ନେଇ ବିହାର ମୁଜାଫରନଗର ଏବେ ଶିରୋନମାରେ। ପ୍ରସଙ୍ଗ ଗମ୍ଭୀର ହେଉଥିବା ଦେଖି ଏହି ମାମଲାର ତଦନ୍ତ ହେବ ବୋଲି ରବିବାର ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ମହିଳା ଡାକ୍ତର ଜଣଙ୍କ ବିହାର ମୁଜାଫରନଗରରେ ଡିଆଇଜି ସୁରିନ୍ଦର ପ୍ରସାଦଙ୍କ ନାମରେ ଏତଲା ଦେବା ପରେ ତଦନ୍ତ ହେବ ବୋଲି ଜଣାପଡ଼ଛି।

ମହିଳା ଡାକ୍ତର ଜଣଙ୍କ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ଡିଆଇଜି ବିଳମ୍ବିତ ରାତିରେ ମଦ ପିଇ ବାରମ୍ବାର ତାଙ୍କୁ ଫୋନ୍ କଲ୍ କରୁଥିଲେ। ଡିଆଇଜି ଜଣଙ୍କ ମୁଜାଫରନଗର ହସ୍ପିଟାଲରେ ନିୟୋଜିତ ଥିଲେ। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ମଧ୍ୟ କରୁଥିବା ନେଇ ମହିଳା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାପରେ ସିଆରପିଏଫ ଏକ ବିବୃତ୍ତିରେ କହିଛି ଯେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ମହିଳା କର୍ମଚାରୀଙ୍କୁ ସୁରକ୍ଷା ତଥା ନିରାପଦ ପରିବେଶ ଯୋଗାଇବା ପାଇଁ ସିଆରପିଏଫ ପ୍ରତିଶ୍ରୁତିବଦ୍ଧ। ଅସଦାଚରଣ ନେଇ ଯେଉଁ ଅଭିଯୋଗ ଆସିଛି ସେଥିରେ ସିଆରପିଏଫ ଜୀରୋ ଟୋଲରେନସ ନୀତି ଆପଣାଇବ ବୋଲି କହିଛି।

The post ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3xY3XdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages