ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭରେ ଆଉଟ ପାଉଟ ହେଉଥିବା ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। ପ୍ରଥମଥର ପାଇଁ ଦେଶର ସାପ୍ତାହିକ ସଂକ୍ରମଣ ହ୍ରାସ ପାଇଛି। ଗତ ସୋମବାର ଠାରୁ ରବିବାର ଯାଏ ଆସିଥିବା ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସାପ୍ତାହିକ କରୋନା ଗ୍ରାଫ ପ୍ରସ୍ତୁତ କରାଯାଇ ଥାଏ।
ଏହି ଗ୍ରାଫ ଅନୁଯାୟୀ, ଭାରତରେ ସାପ୍ତାହିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ତେବେ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗିନାହିଁ। ପୂର୍ବଭଳି କରୋନା ମୃତ୍ୟୁର ଗ୍ରାଫ ଉପର ମୁହାଁ ହୋଇ ରହିଛି। ସପ୍ତାହକରେ ୨୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିଶ୍ୱର କୌଣସି ରାଷ୍ଟ୍ରରେ ଗୋଟିଏ ସପ୍ତାହରେ କରୋନା ଯୋଗୁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇ ନଥିଲେ। ଭାରତ ଏଥିରେ ରେକର୍ଡ କରିଛି।
ଶେଷ ହୋଇଥିବା ସପ୍ତାହରେ ଭାରତରେ ୨୪ ଲକ୍ଷରୁ ସାମାନ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାର ପୂର୍ବ ସପ୍ତାହରେ ଏହି ସଂଖ୍ୟା ୨୭.୪ ଲକ୍ଷ ଥିଲା। ଅର୍ଥାତ ସାପ୍ତାହିକ ସଂକ୍ରମଣ ପ୍ରାୟ ୧୬% ହ୍ରାସ ଘଟିଛି। ସେହିପରି ମେ’ ୧୦-୧୬ ମଧ୍ୟରେ ଦୈନିକ ସଂକ୍ରମଣ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି।
ଅନ୍ୟପକ୍ଷରେ ମେ’ ୧୦ରୁ ୧୬ ମଧ୍ୟରେ କରୋନା ୨୮,୩୩୪ ଜଣଙ୍କ ଜୀବନ ନେଇଛି। ଏହାର ଅର୍ଥ ଦୈନିକ ହାରାହାରି ୪,୦୪୮ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହ ତୁଳନାରେ ମୃତ୍ୟୁସଂଖ୍ୟା ୪% ବୃଦ୍ଧି ପାଇଛି। ଗତ ସପ୍ତାହରେ ୨୭,୨୪୩ ଜଣ ଲୋକ କରୋନାରେ ପ୍ରାଣ ହରାଇଥିଲେ।
ଗୋଟିଏ ସପ୍ତାହରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବାରେ ଭାରତ ବିଶ୍ୱରେ ରେକର୍ଡ କରିଛି। ଜାନୁଆରୀ ୧୧ରୁ ୧୭ ମଧ୍ୟରେ ଆମେରିକାରେ ୨୪,୨୮୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ କୌଣସି ରାଷ୍ଟ୍ରରେ ଗୋଟିଏ ସପ୍ତାହରେ ଏତେ ଲୋକ ପ୍ରାଣ ହରାଇ ନଥିଲେ। କିନ୍ତୁ ଭାରତ ଏବେ ଏହାକୁ ଅତିକ୍ରମ କରି ସାରିଲାଣି।
The post ପ୍ରଥମଥର ପାଇଁ ସାପ୍ତାହିକ ସଂକ୍ରମଣ କମିଲା, କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ appeared first on Odisha Reporter.
from Odisha Reporter https://ift.tt/33NMeYD
No comments:
Post a Comment