ସରକାରଙ୍କୁ ସମାଲୋଚନା କରି ପ୍ୟାନେଲରୁ ଓହରିଲେ ବରିଷ୍ଠ ଭାଇରୋଲୋଜିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ସରକାରଙ୍କୁ ସମାଲୋଚନା କରି ପ୍ୟାନେଲରୁ ଓହରିଲେ ବରିଷ୍ଠ ଭାଇରୋଲୋଜିଷ୍ଟ

ନୂଆଦିଲ୍ଲୀ: ମହାମାରୀ କରୋନାର ବିଭିନ୍ନ ଭ୍ୟାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ସରକାର ଗଠନ କରିଥିବା ବିଶେଷଜ୍ଞ ପ୍ୟାନେଲରୁ ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମୀଲ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପକୁ ବିରୋଧ କରି ନିଜର ମତ ରଖିଥିଲେ। ଏଥିପାଇଁ ସେ ବୈଜ୍ଞାନିକ ପରାମର୍ଶଦାତା ପ୍ୟାନେଲ INSACOGରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଶୁକ୍ରବାର ସେ ପ୍ୟାନେଲରୁ ଇସ୍ତଫା ଦେଇଛନ୍ତି। ଜମୀଲ କହିଛନ୍ତି, ମୁଁ ଏ ବିଷୟରେ କୌଣସି ଅଧିକ ଟିପ୍ପଣୀ ଦେବାକୁ ଚାହୁଁନି। ଏହା ହିଁ ମୋ ପାଇଁ ଠିକ୍‌। ମୁଁ କାହିଁକି ଇସ୍ତଫା ଦେଲି, ତା’ର କାରଣ କହିବାକୁ ବାଧ୍ୟ ନୁହେଁ।

INSACOGକୁ ତଦାରଖ କରୁଥିବା ବାୟୋଟେକ୍ନୋଲଜି ବିଭାଗର ସଚିବ ରେଣୁ ସ୍ୱରୂପ ମଧ୍ୟ ଡା ଜମୀଲଙ୍କ ଇସ୍ତଫା ସମ୍ପର୍କରେ ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ନିକଟରେ ଡା ଜମୀଲ ଦି ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ସ୍ତମ୍ଭ ଲେଖିଥିଲେ। ଏହି ସମୟରେ ସେ ଭାରତର କରୋନା ଲଢ଼େଇ ପାଇଁ ହେଉଥିବା ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ।

ବିଶେଷ କରି କମ ସଂଖ୍ୟକ ଟେଷ୍ଟିଂ, ଧିମା ଟିକାକରଣ, ଟିକାର ଅଭାବ ଓ ବିଶାଳ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକ ସମ୍ପର୍କରେ ନିଜର ମତ ରଖିଥିଲେ। ଏହାକୁ ନେଇ ସରକାରଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହୋଇଥିବା କୁହାଯାଇଛି। ଏଥିସହ ମାର୍ଚ୍ଚ ମାସଠାରୁ ହିଁ ଏହି ପ୍ୟାନେଲରେ ଥିବା ସଦସ୍ୟମାନେ କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନ ବିଷୟରେ ସରକାରଙ୍କୁ ଅବଗତ କରାଇଥିଲେ। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇଥିଲା। ଏହି କାରଣରୁ ଡା ଜମୀଲ ଇସ୍ତଫାର ଦେଇଥିବା କୁହାଯାଉଛି।

The post ସରକାରଙ୍କୁ ସମାଲୋଚନା କରି ପ୍ୟାନେଲରୁ ଓହରିଲେ ବରିଷ୍ଠ ଭାଇରୋଲୋଜିଷ୍ଟ appeared first on Odisha Reporter.



from Odisha Reporter https://ift.tt/2QtpZUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages