ଗାନ୍ଧୀ ଓ ନେହରଙ୍କୁ ନିଜ ଇସାରାରେ ନଚାଇବେ ଷ୍ଟାଲିନ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ଗାନ୍ଧୀ ଓ ନେହରଙ୍କୁ ନିଜ ଇସାରାରେ ନଚାଇବେ ଷ୍ଟାଲିନ୍?

ଚେନ୍ନାଇ: ତାମିଲନାଡୁରେ ଆଜିଠୁ ଆରମ୍ଭ ହୋଇଛି ଏମ୍ କେ ଷ୍ଟାଲିନ ସରକାର। ଏହାକୁ ମିଶାଇ ରାଜ୍ୟରେ ଡିଏମକେ ୬ ଥର ପାଇଁ ଶାସନ ଦାୟିତ୍ୱ ନେଇଛି। ଷ୍ଟାଲିନଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ମୋଟ୍ ୩୪ ଜଣ ମନ୍ତ୍ରୀ ରହିଛନ୍ତି। ତେବେ ଷ୍ଟାଲିନଙ୍କ ସରକାରରେ ସଂଯୋଗବଶଃତ ଗାନ୍ଧୀ ଏବଂ ନେହରୁ ନାମଧାରୀ ଦୁଇ ଜଣ ମନ୍ତ୍ରୀ ରହିଛନ୍ତି।

ଭାରତ ଇତିହାସରେ ଗାନ୍ଧୀ ଏବଂ ନେହରୁଙ୍କ କଥା ପ୍ରାୟତଃ ସମସ୍ତେ ଜାଣିଛନ୍ତି। ମହାତ୍ମା ଗାନ୍ଧୀ ଜାତିର ପିତା ହୋଇଥିବା ବେଳେ ଜବାହରଲାଲ ନେହରୁ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ। ହେଲେ ତାମିଲନାଡୁରେ ଗାନ୍ଧୀ ଓ ନେହରୁ ନାମଧାରୀ ଏହି ଦୁଇ ମନ୍ତ୍ରୀଙ୍କ ଇତିହାସ ସେମିତି କିଛି ଭଲ ନାହିଁ। କାରଣ ଏମାନେ ପୂର୍ବରୁ ମନ୍ତ୍ରୀ ଥିଲେ। ଆଉ ମନ୍ତ୍ରୀ ଥିବାବେଳେ ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଯଦିଓ କାଳକ୍ରମେ ଉଭୟ କୋର୍ଟରୁ କ୍ଲିନଚିଟ୍ ପାଇଯାଇଛନ୍ତି।

ନବ ଗଠିତ ଷ୍ଟାଲିନ ସରକାରର କ୍ୟାବିନେଟରେ ସାମିଲ୍ ହୋଇଥିବା ଖଦି ଏବଂ ଗ୍ରାମୀଣ ନିଯୁକ୍ତି ବିଭାଗର ମନ୍ତ୍ରୀ ହେଉଛନ୍ତି ଆର. ଗାନ୍ଧୀ ଏବଂ ସହରାଞ୍ଚଳର ବିକାଶ ବିଭାଗର ମନ୍ତ୍ରୀ ହେଉଛନ୍ତି କେଏନ ନେହରୁ ରହିଛନ୍ତି। ସାଧାରଣତଃ ବଡ଼ ବଡ଼ ଅଧିକାରୀ ମନ୍ତ୍ରୀଙ୍କୁ ଲୋକମାନେ ସାଙ୍ଗିଆ ବା ଟାଇଟେଲ ଅନୁସାରେ ମନେପକାନ୍ତି। ତେଣୁ ଏବେ ଲୋକମାନେ ଏହି ଦୁଇ ଗାନ୍ଧୀ ଏବଂ ନେହରୁଙ୍କୁ ଟାଇଟେଲ ଧରି ଡାକିବା ବେଳେ ଅଡୁଆରେ ପଡ଼ିପାରନ୍ତି।

ସେହିପରି ବାଚସ୍ପତି କିମ୍ୱା ମୁଖ୍ୟମନ୍ତ୍ରୀ ଅର୍ଡର କରିବା ବେଳେ ଏହି ଦୁଇ ନାଁକୁ ନେଇ ଅଡୁଆରେ ପଡ଼ିପାରନ୍ତି। କାରଣ ବାଚସ୍ପତି ବିଧାନସଭା ଚଳାଇବା ବେଳେ ଏମିତି ପରିସ୍ଥିତିର ସାମ୍ନା କରିପାରନ୍ତି ଯେଉଁଠି ତାଙ୍କୁ କହିବାକୁ ପଡ଼ିପାରେ “ଗାନ୍ଧୀ, ତୁମ ସମୟ ସରିଯାଇଛି। ନେହରୁ ଜବାବ ରଖ।”

ସୂଚନାଯୋଗ୍ୟ, ରାଣୀପେଟ ନିର୍ବାଚନମଣ୍ଡଳୀରୁ ଚାରିଥର ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି ଆର ଗାନ୍ଧୀ, ଯିଏକି ହସ୍ତତନ୍ତ, ଟେକ୍ସଟାଇଲ ଓ ଗ୍ରାମ ଶିଳ୍ପ ମନ୍ତ୍ରୀ ହୋଇଛନ୍ତି। ଆଉ କେ ଏନ ନେହରୁ ପାଞ୍ଚ ଥର ପାଇଁ ତ୍ରିଚି-ପଶ୍ଚିମରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ହୋଇଛନ୍ତି। ୨୦୦୫ରେ ଗାନ୍ଧୀ ବେଆଇନ ସମ୍ପତ୍ତି ସଂଗ୍ରହ କରିବା ମାମଲାରେ ଛନ୍ଦି ହୋଇ ଦୁର୍ନୀତି ମାମଲାର ସାମ୍ନା କରିଥିଲେ।

The post ଗାନ୍ଧୀ ଓ ନେହରଙ୍କୁ ନିଜ ଇସାରାରେ ନଚାଇବେ ଷ୍ଟାଲିନ୍? appeared first on Odisha Reporter.



from Odisha Reporter https://ift.tt/33pfCnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages