‘ଆଜିଠୁ ଦୁଗ୍ଧ ସଂଗ୍ରହ କମାଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

‘ଆଜିଠୁ ଦୁଗ୍ଧ ସଂଗ୍ରହ କମାଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆଜିଠାରୁ ଦୁଗ୍ଧ ସଂଗ୍ରହ କମାଅ।’ ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦିଆଯାଇଛି ଏପରି ନିର୍ଦେଶ।

ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ଏପରି ନିଦ୍ଦେଶନାମା। ଲକଡାଉନ୍‌ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ହେଲେ ଦୁଗ୍ଧ ବିକ୍ରି ୨ ଲକ୍ଷ ଲିଟରକୁ ଖସି ଆସିଛି । ପୂର୍ବରୁ ଦୈନିକ ୩.୭୫ ଲିଟର ବିକ୍ରି ହେଉଥିବାବେଳେ ଲକଡାଉନ ପାଇଁ ୧ ଲକ୍ଷ ୭୫ ହଜାର ଲିଟର ବିକ୍ରି ହ୍ରାସ ପାଇଛି । ଏଣୁ ଦୈନିକ ଦୁଗ୍ଧ ସଂଗ୍ରହକୁ କମ୍‌ କରିବାକୁ ୟୁନିଅନଗୁଡିକୁ କୁହାଯାଇଛି । ଓମଫେଡର  ନିଷ୍ପତ୍ତି ଯୋଗୁଁ ଦୁଗ୍ଧ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି ।

 

The post ‘ଆଜିଠୁ ଦୁଗ୍ଧ ସଂଗ୍ରହ କମାଅ’ appeared first on Odisha Reporter.



from Odisha Reporter https://ift.tt/2Ryy1Ma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages