ବେଜିଂ: ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଚାଇନାରରେ ଏକାଧିକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୂଚନା ଅନୁଯାୟୀ, ଉତ୍ତରପଶ୍ଚିମରେ ଥିବା Qinghai ଓ ଦକ୍ଷିଣ ପଶ୍ଚିମରେ ଥିବା Yunnan ହିଁ ଭୂକମ୍ପ ଦ୍ୱରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
Yunnanରେ ଅନଭୁତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଏହା ସ୍ଥାନୀୟ ସମୟ ରାତି ୯.୪୮ରେ ଅନୁଭବ ହୋଇଥିଲା। ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ର ସ୍ଥଳ ପର୍ଯ୍ୟଟନସ୍ଥଳ ଡାଲୀ ନିକଟରେ ବୋଲି ଜଣାପଡ଼ିଛି। ବଡ଼ ଧରଣର ଭୂକମ୍ପ ଝଟକା ପରେ ଏକାଧିକ ଛୋଟ ଛୋଟ ଝଟକା ଅନୁଭୁତ ହୋଇଥିଲା। ଏଠାରେ ଭୂକମ୍ପ ଜନିତ ଅଘଟଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୨ ଜଣଙ୍କ ଆହତ ହୋଇଛନ୍ତି। ଏକାଧିକ ସ୍ଥାନରେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି।
ଏହାର କିଛି ଘଣ୍ଟା ପରେ Yunnan ଠାରୁ ପ୍ରାୟ ୧୨ଶହ କିମି ଦୂର Qinghaiରେ ଏହାଠାରୁ ଶକ୍ତିଶାଳୀ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରହିଥିଲା। ଭୂକମ୍ପର କେନ୍ଦ୍ର ସ୍ଥଳ ମାଡୁଉ କାଉଣ୍ଟିରେ ଠାବ କରାଯାଇଛି। ହେଲେ ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି, ତାହା ଏଯାଏ ଜଣାପଡ଼ିନି। ତଥାପି ଅନେକ ଘର ଭୂକମ୍ପ ଝଟକାରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଉଭୟ ସ୍ଥାନକୁ ଉଦ୍ଧାରକାରୀ ଓ ରିଲିଫ ପ୍ରଦାନକାରୀ ଟିମ୍କୁ ପଠାଯାଇଛି।
Yunnanର ସ୍ଥାନୀୟ ସରକାର କହିଛନ୍ତି, ଭୂକମ୍ପ ଦ୍ୱାରା କିଛି ବିଲଡିଂ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରହୁଥିବା ପ୍ରାୟ ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଗଣମାଧ୍ୟରେ ଭୂକମ୍ପ ଝଟକା ପରେ କେମିତି ଲୋକମାନେ ପ୍ରାଣ ବିକଳରେ ଖୋଲା ସ୍ଥାନକୁ ଦୌଡ଼ୁଥିଲେ, ତା’ର ଦୃଶ୍ୟ ପ୍ରକାଶ ପାଇଛି।
The post ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲେ ଲୋକେ, ୨ ଜଣଙ୍କ ଜୀବନ ଗଲାଣି appeared first on Odisha Reporter.
from Odisha Reporter https://ift.tt/3ubQZGj
No comments:
Post a Comment