ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ପୁଣି ନିର୍ବାଚନ କରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ପୁଣି ନିର୍ବାଚନ କରିବାକୁ ନିର୍ଦ୍ଦେଶ

କାଠମାଣ୍ତୁ: ନେପାଳରେ ଚାଲିଥିବା ରାଜନୀତିକ ଅସ୍ଥିରତା ଏବେ ଉଗ୍ର ରୂପ ଧାରଣ କରିଛି। ଆସ୍ଥା ଭୋଟରେ ହାରି ପୁଣି ପ୍ରଧାନମନ୍ତ୍ରୀ ଭାବେ କେପି ଓଲି ଶର୍ମାଙ୍କୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଜବରଦସ୍ତ ଝଟକା ଦେଇଛନ୍ତି। ଆଜି ସେ ନେପାଳ ସଂସଦକୁ ଭଙ୍ଗ କରିବା ସହ ଦେଶରେ ସାନି ସାଧାରଣ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ଶାସକ ଓ ବିରୋଧୀ ଦଳ ସରକାର ଗଠନ କରିବାକୁ ଦାବି କରିଥିଲେ। ହେଲେ ରାଷ୍ଟ୍ରପତି ଏହି ଦାବିକୁ ଅଗ୍ରାହ କରିଛନ୍ତି। ନଭେମ୍ବର ମାସରେ ଦେଶରେ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ମଧ୍ୟରାତ୍ରରେ ରାଷ୍ଟ୍ରପତି ଭବନରୁ ଜାରି ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରପତି ନେପାଳ ହାଉସ ଅଫ ରିପ୍ରେଜେଣ୍ଟଟେଟିଭକୁ ଭଙ୍ଗ କରିଛନ୍ତି। ଏଥିସହ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୨ ଓ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ।

ଏହାପୂର୍ବରୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଉଭୟ କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ବିରୋଧୀ ଶେର ବାହାଦୂର ଦେଉବାଙ୍କୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଦେଖାଇବାକୁ କହିଥିଲେ। ସେମାନଙ୍କୁ ଶୁକ୍ରବାର ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କୁହାଯାଇଥିଲା। ଉଭୟଙ୍କ ପାଖରେ ସଂଖ୍ୟା ନଥିଲେ ହେଁ ସେମାନେ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ। ହେଲେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ସେ ସଂସଦକୁ ଭଙ୍ଗ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇ ପାରିବ ନାହିଁ। କାରଣ ସେ ସିପିଏନ-ୟୁଏମଏଲର ୨୬ ଜଣ ଓ ଜେଏସ୍‌ପିର ୧୨ ଜଣ ସାଂସଦ ତାଙ୍କ ସମର୍ଥନରେ ଅଛନ୍ତି ବୋଲି ତାଲିକା ଦେଇଥିଲେ। ଏମାନଙ୍କୁ ମିଶାଇଲେ ତାଙ୍କ ୧୫୩ ସାଂସଦଙ୍କ ଭୋଟ ରହିଥିବା ସେ ଦାବି କରିଥିଲେ।

ହେଲେ ଓଲି ଯେଉଁ ୧୬ ଓ ୧୨ ସଦସ୍ୟଙ୍କ କଥା କହୁଛନ୍ତି, ସେମାନେ ଶେର ବାହାଦୂରଙ୍କୁ ମଧ୍ୟ ସମର୍ଥନ କରୁଥିବା ଦସ୍ତଖତ କରିଛନ୍ତି। ଏପରି ସ୍ଥିତିରେ ଓଲି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ଅନ୍ୟପକ୍ଷରେ ଶେର ବାହାଦୂର ମଧ୍ୟ ୟୁଏମଏଲର ଅଧ୍ୟକ୍ଷ ହୋଇପାରିବେ ନାହିଁ ଓ ସଂସଦୀୟ ନେତା ୨୬ ଜଣଙ୍କୁ ୟୁଏମଏଲର ସାଂସଦ ଭାବେ ବିବେଚନା ନ କରିବାକୁ ଚିଠି ଲେଖିଛନ୍ତି। ତେଣୁ ତାଙ୍କ ସପକ୍ଷରେ ମଧ୍ୟ ସଂଖ୍ୟା ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

The post ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ପୁଣି ନିର୍ବାଚନ କରିବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3wmr403

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages