ସାମ୍ନାକୁ ଆସିଲା ଗିରଫ ମେହୁଲ ଚୋକ୍ସିଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ସାମ୍ନାକୁ ଆସିଲା ଗିରଫ ମେହୁଲ ଚୋକ୍ସିଙ୍କ ଫଟୋ

ନୂଆଦିଲ୍ଲୀ: ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ୍ ଚୋକ୍ସିଙ୍କ ଫଟୋ। ଏଥିରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ଆଖି ଲାଲ ପଡ଼ି ଯାଇଛି। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚୋକ୍ସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା। ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ କହିଥିଲେ।

ମେ’ ୨୩ ତାରିଖରେ ଆଣ୍ଟିଗୁଆ ସ୍ଥିତ ବାସଭବନରୁ ନିଖୋଜ ହୋଇଯାଇଥିଲେ ଚୋକ୍ସି। ତେବେ ମେ’ ୨୬ରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ସେ କ୍ୟୁବା ପଳାଇବା ପାଇଁ ଯୋଜନା କରୁଥିଲେ। ପ୍ରଥମେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଯୋଜନା ରହିଥିଲା। ତେବେ ଡୋମିନିକା ସରକାର ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଆଣ୍ଟିଗୁଆକୁ ହିଁ ହସ୍ତାନ୍ତର କରାଯିବ। ତେବେ ବର୍ତ୍ତମାନ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସେ ଡୋମିନିକାରେ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଇଛି।

ମେହୁଲ୍ ଚୋକ୍ସିଙ୍କ ହାତର ଆଘାତ

୨୦୧୮ ମସିହାରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ମହାଘୋଟାଲାରେ ସମ୍ପୃକ୍ତି ଅଭିଯୋଗ ପରେ ଚୋକ୍ସି ଦେଶ ଛାଡ଼ି ଆଣ୍ଟିଗୁଆ ପଳାଇଛନ୍ତି। ଏହି ମାମଲାରେ ହୋଇଥିବା ମୋଟ୍ ୧୩ ହଜାର କୋଟି ଟଙ୍କାର ଘୋଟାଲାରୁ ଚୋକ୍ସି ୭ ହଜାର କୋଟିରୁ ଅଧିକ ଟଙ୍କା ହେରାଫେରି କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପଳାତକ ଘୋଷଣା କରିଛନ୍ତି ଭାରତ ସରକାର।

କେବଳ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲା ନୁହେଁ, ୨୦୧୩ ଶେୟାର୍ ମାର୍କେଟ୍ ହେରଫେର ସହ ଦୁବାଇ ଓ ଆମେରିକାରେ ବି ମେହୁଲଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି। ପିଏନ୍‌ବି ଘୋଟାଲା ପରେ ମେହୁଲଙ୍କ ୨୫ ଶହ କୋଟି ଟଙ୍କାର ସଂପତ୍ତିକୁ ସିଜ୍ କରିଛି ଇଡି।

The post ସାମ୍ନାକୁ ଆସିଲା ଗିରଫ ମେହୁଲ ଚୋକ୍ସିଙ୍କ ଫଟୋ appeared first on Odisha Reporter.



from Odisha Reporter https://ift.tt/3yNHws2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages