ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ!

ଆଳି (ବନମାଳୀ ସାହୁ): ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରୁ।

ମୃତକ ଦ୍ୱୟ ହେଲେ ଗାଁର ମନୋଜ ତରାଇ ଓ ତାଙ୍କ ପତ୍ନୀ ସ୍ୱପ୍ନା ମାଝୀ। ମନୋଜ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ପ୍ଲାନିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ସେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ନହୁଲିଆଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ୨୮ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ତାଙ୍କ ପତ୍ନୀ ସ୍ୱପ୍ନା ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ସ୍ୱପ୍ନା ଆତ୍ମହତ୍ୟା କରିଥିବା ଅଭିଯୋଗକୁ ଗ୍ରହଣ କରିପାରି ନାହାନ୍ତି ତାଙ୍କ ବାପ ଘର ଲୋକେ। ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ଏବଂ ଏନେଇ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ସ୍ୱପ୍ନାର ଶାଶୂ ଘର ଲୋକେ ଅଧିକ ଯୌତୁକ ପାଇଁ ତାଙ୍କୁ ମାରି ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ! appeared first on Odisha Reporter.



from Odisha Reporter https://ift.tt/3p4G14c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages