ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ପ୍ରତିଦିନ ଭାରତରେ ତିନି ଲକ୍ଷ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେବେ ଏହି ଭାଇରସ ଯିବ ସେ ନେଇ ଲୋକମାନେ ଚିନ୍ତା କରୁଥିବା ବେଳେ ବିଜେପିର ଜଣେ ବରିଷ୍ଠ ନେତା ବିବାଦୀୟ ଏହା ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି କରୋନା ଗୋଟିଏ ଜୀବ, ତା’ର ବଞ୍ଚିବାର ଅଧିକାର ରହିଛି।
ଏହି ବିଜେପି ନେତା ଜଣଙ୍କ ହେଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ। ସେ କହିଛନ୍ତି, କରୋନା ମଧ୍ୟ ଏକ ପ୍ରାଣୀ। ତାର ବଞ୍ଚିବାର ଅଧିକାର ଅଛି। ଆମେ ଏହା ପଛରେ ଯେତେ ପଡ଼ିବା ସେ ତାର ସେତେ ଦେଖାଉଛି। ଆମକୁ ଏହି ଯୁଦ୍ଧ ସହିତ ଲଢ଼ିବାକୁ ହେବ। କିନ୍ତୁ ଯୁଦ୍ଧ କିପରି ଲଢ଼ା ହେଉଛି ତାହା ଦେଖିବାକୁ ହେବ। ଏବେ ଏହି ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ ସୃଷ୍ଟି ହୋଇଛି। ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ତ୍ରିବେନ୍ଦ୍ରଙ୍କ ଜ୍ଞାନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।
"कोरोना एक प्राणी है"
– पूर्व CM एवं BJP नेता त्रिवेंद्र सिंह रावतफिर तो इसका आधार कार्ड/राशन कार्ड भी होगा ? pic.twitter.com/1uhcb92JWQ
— Srinivas B V (@srinivasiyc) May 13, 2021
ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଉପରେ
ଦେଶରେ ଦୈନିକ କରୋନା ମୃତ୍ୟୁ ହାର ୪ ହଜାରରୁ ଅଧିକ ଜାରି ରହିଛି। ଆଜି ବି ଦେଶରେ ଦିନକରେ ୪ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଆଜିର ଏହି ନୂଆ ତଥ୍ୟ ସହ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୩ ଲକ୍ଷ ୪୩ ହଜାର ୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ହୋଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୩୭ ଲକ୍ଷ ୪ ହଜାର ୮୯୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେପଟେ ଦେଶରେ ଏଯାବତ୍ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯କୁ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଚିକିତ୍ସାଧୀନ ଥିବା ୩.୭୦ ଲକ୍ଷ ଆକ୍ରାନ୍ତ ଦେଶର ମୋଟ ସଂକ୍ରମଣର ଏହା ୧୫.୬୫ ପ୍ରତିଶତ। କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ହରିଆଣାରୁ ମୋଟ୍ ସଂକ୍ରମଣର ୭୯.୬୭ ପ୍ରତିଶତ ରହିଛନ୍ତି।
The post କରୋନା ଏକ ପ୍ରାଣୀ, ତା’ର ବଞ୍ଚିବାର ଅଧିକାର ରହିଛି କହି ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2R9pfET
No comments:
Post a Comment