ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ

ନୂଆଦିଲ୍ଲୀ: ଅଧିକ ସମୟ ଧରି କାମ କରୁଥିବା ହଜାର ହଜାର ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ମହାମାରୀ କରୋନା ସମୟରେ ଏହି ଟ୍ରେଣ୍ଡ ଆହୁରି ଘାତକ ହେବାର ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ଜୀବନ କେମିତି ଯାଉଛି, ତା’ ଉପରେ ସର୍ଭେ କରାଯାଇଥିଲା।

ଏହାର ରିପୋର୍ଟ journal Environment Internationalରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ମଧ୍ୟରୁ ୭,୪୫,୦୦୦ ଜଣ ୨୦୧୬ରେ ପ୍ରାଣ ହରାଇଛନ୍ତି। ଏହି ଲୋକମାନେ ଷ୍ଟ୍ରୋକ ଓ ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଛନ୍ତି। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ୩୦% ବଢ଼ିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେଇରା କହିଛନ୍ତି, ସପ୍ତାହକୁ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କଲେ, ଏହା ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇଥାଏ। ସର୍ଭେରୁ ମିଳିଥିବା ତଥ୍ୟ ବି ସମାନ କଥା କହିଛି। ତେଣୁ ଏହାକୁ ରୋକିବା ଓ କର୍ମଚାରୀଙ୍କ ସୁରକ୍ଷା ଦିଗରେ ଅଧିକ ତ୍ୱରିତ ପଦକ୍ଷେପ ନେବାକୁ ଆମେ ସମସ୍ତଙ୍କ ଆଗରେ ଏହି ତଥ୍ୟ ଉପସ୍ଥାନ କରୁଛୁ ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ମିଳିତ ଭାବେ ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି ଯେ ଅଧିକ କାମ କରି ପ୍ରାଣ ହରାଇଥିବା ପ୍ରାୟ ୭୨% ହେଉଛି ପୁରୁଷ, ମଧ୍ୟମ ବୟସ୍କ ଓ ଅତ୍ୟନ୍ତ ବୟସ୍କ। ଅତ୍ୟଧିକ କାମ କରୁଥିଲେ ସଙ୍ଗେସଙ୍ଗେ ମୃତ୍ୟୁ ହୁଏ ନାହିଁ। ଏହାର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ୧୦ ବର୍ଷ ପରେ ମଧ୍ୟ ଦେଖିବାକୁ ମିଳୁଛି। ଦକ୍ଷିଣ-ପୂର୍ବ ଓ ୱେଷ୍ଟର୍ଣ୍ଣ ଫ୍ୟାସିଫିକ ରିଜନରେ ଥିବା ଚାଇନା, ଜାପାନ ଓ ଅଷ୍ଟ୍ରେଲିଆରେ ଏହାର ପ୍ରଭାବ ଅଧିକ ରହିଛି।

ସର୍ଭେ ବେଳେ ୧୯୪ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ସପ୍ତାହକୁ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ୩୫% ରହିଛି। ସେହିପରି ୩୫ରୁ ୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ଅପେକ୍ଷା ୫୫ ଘଣ୍ଟା କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ୧୭% ହୃଦଜନିତ ରୋଗ ଦେଖିବାକୁ ମିଳୁଛି।

ସର୍ଭେ ସଂସ୍ଥା ପକ୍ଷରୁ ୨୦୦୦ରୁ ୨୦୧୬ ମସିହା ଯାଏ ତଥ୍ୟକୁ ସାମିଲ କରାଯାଇଛି। ତେଣୁ କୋଭିଡ୍‌ ଅଧିକ ସମୟ କାମ କରୁଥିବା ଲୋକଙ୍କ ଉପରେ କି ପ୍ରଭାବ ପକାଉଛି, ତା’ର ତଥ୍ୟ ସାର୍ବଜନୀନ କରାଯାଇନାହିଁ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମହାମାରୀ ଯୋଗୁ ଅର୍ଥନୀତି ତଳକୁ ଖସିଛି।

ଏଥିରେ ସୁଧାର ଆଣିବା ପାଇଁ ଲୋକଙ୍କ ୱାର୍କିଂ ସମୟକୁ ବୃଦ୍ଧି କରାଯାଇଛି। ତେଣୁ ଷ୍ଟ୍ରୋକ ଓ ହାର୍ଟ ରୋଗ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି।

The post ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ appeared first on Odisha Reporter.



from Odisha Reporter https://ift.tt/3hwsctS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages