୨ ସପ୍ତାହରେ ଗୋଟିଏ ଗାଁର ୩୦ ଜଣଙ୍କ ମୃତ୍ୟୁ, କରୋନା ଲକ୍ଷଣ ଥିବା କହିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

୨ ସପ୍ତାହରେ ଗୋଟିଏ ଗାଁର ୩୦ ଜଣଙ୍କ ମୃତ୍ୟୁ, କରୋନା ଲକ୍ଷଣ ଥିବା କହିଲେ ଲୋକେ

ଡେରାଡୁନ୍‌: ଉତ୍ତରାଖଣ୍ଡର ରୋରକୀ ଜିଲ୍ଲାରେ ଥିବା ଗୋଟିଏ ଗାଁରେ ମାତ୍ର ୨ ସପ୍ତାହରେ ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଶରୀରରେ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଦେଖାଯାଉଥିବା ଲକ୍ଷଣମାନଥିଲା। ହେଲେ ସେମାନେ କୌଣସି ପ୍ରକାରର ଟେଷ୍ଟ କରି ନଥିଲେ।

ଏହି ଲକ୍ଷଣ ଯୋଗୁ ସମସ୍ତ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଗାଁର ଲୋକମାନେ କହିଛନ୍ତି। ପ୍ରଶାସନ ଲିବେରହେରି ଗାଁରେ କେତେ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି, ସେକଥା କହିନି। କିନ୍ତୁ କିଛି ଲୋକ ପ୍ରାଣ ହରାଇଥିବା ସ୍ୱୀକାର କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୁଲିସ୍‌ ବିଭାଗର ଅଧିକାରୀମାନେ ଗାଁକୁ ଯାଇ ମୃତ୍ୟୁର କାରଣ ଖୋଜିବା ଆରମ୍ଭ କରିଛନ୍ତି।

ରୋରକୀର ଯୁଗ୍ମ ମାଜିଷ୍ଟ୍ରେଟ ନମାମୀ ବଂଶଲ କହିଛନ୍ତି, “ଆମ ପାଖରେ ଏମିତି କୌଣସି ତଥ୍ୟ ନାହିଁ, ଯାହା ଗାଁର ଲୋକମାନେ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ବୋଲି ଆମେ କହି ପାରିବୁ। ଲୋକଙ୍କ ମୃତ୍ୟୁ କୋଭିଡ୍‌ କିମ୍ବା ଅନ୍ୟ କୌଣସି ଭାଇରାଲ ରୋଗ କାରଣରୁ ହୋଇଥାଇପାରେ। କିନ୍ତୁ ଆମେ ଆମର ସବୁ ପ୍ରକାର ଚେଷ୍ଟା କରି ଗାଁରେ ଟେଷ୍ଟିଂକୁ ଜୋରଦାର କରୁଛୁ।”

ସୂଚନା ଅନୁସାରେ, କିଛି ଦିନ ତଳେ ଗାଁକୁ ମହାରାଷ୍ଟ୍ରରେ କାମ କରୁଥିବା ଲୋକମାନେ ଫେରିଥିଲେ। ସେମାନଙ୍କ ଠାରୁ ହିଁ ଗାଁର ଅନ୍ୟମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଗାଁର ଜନସଂଖ୍ୟା ହେଉଛି ପ୍ରାୟ ୧୨ ହଜାର। ୩୫ ବର୍ଷୀୟ ଧର୍ମେନ୍ଦ୍ର କହିଛନ୍ତି, “ମୋ ବଡ଼ ଭାଇ ଅନ୍ୟମାନଙ୍କ ଭଳି କରୋନାରେ ପ୍ରାଣ ହରାଇଛନ୍ତି।

ଏବେ ବି ଅନେକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଗାଁରେ ରହିଛନ୍ତି। ମେ’ ୧୦ରେ ଗାଁରେ ଆରଟି-ପିସିଆର ଟେଷ୍ଟର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ୭୧ ଜଣ ଟେଷ୍ଟ କରିଥିବା ବେଳେ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା।”

ଟେଷ୍ଟିଂ କାମ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି, ଆମେ ଲୋକଙ୍କର ଟେଷ୍ଟ କରାଇବାକୁ ଚାହୁଁଛୁ। ହେଲେ ସେମାନେ ଏଯାଏ କରୋନା ବିଷୟରେ ସତର୍କ ହେଉନାହାନ୍ତି। ଅନେକ ଲୋକ ଟେଷ୍ଟ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି।

The post ୨ ସପ୍ତାହରେ ଗୋଟିଏ ଗାଁର ୩୦ ଜଣଙ୍କ ମୃତ୍ୟୁ, କରୋନା ଲକ୍ଷଣ ଥିବା କହିଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/3w8lHBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages