ଦୁର୍ବଳ ହେଲା ତଉକତେ: ତଥାପି ବିଭିନ୍ନ ରାଜ୍ୟରେ ବର୍ଷା ଆଶଙ୍କା, ଘଟିଛି ବ୍ୟାପକ କ୍ଷୟକ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ଦୁର୍ବଳ ହେଲା ତଉକତେ: ତଥାପି ବିଭିନ୍ନ ରାଜ୍ୟରେ ବର୍ଷା ଆଶଙ୍କା, ଘଟିଛି ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତଉକତେ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବର୍ତ୍ତମାନ ଅବପାତର ରୂପ ନେଇ ସାରିଥିବା ତଉକତେ ଦକ୍ଷିଣ ରାଜସ୍ଥାନ ଓ ଗୁଜରାଟରେ ସମାନ୍ତରଳ ଭାବେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ଦୁର୍ବଳ ହୋଇସାରିଥିଲେ ହେଁ ଅବପାତ ପ୍ରଭାବରେ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜସ୍ଥାନର ଉଦୟପୁର ଠାରୁ ଅବପାତ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗର ୬୦ କିମି ଓ ଗୁଜରାଟର ଦୀସା ଠାରୁ ୧୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଦୁଇ ଦିନ ମଧ୍ୟରେ ରାଜସ୍ଥାନ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅତିକ୍ରମ କରିବ।

ଅବପାତ ପ୍ରଭାବରେ ପୂର୍ବ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାବାଦ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରରଣର ବର୍ଷା ହେବାର ଆକଳନ କରିଛିବ ବିଭାଗ।

ଆସନ୍ତା ୧୨ ଘଣ୍ଟା ପାଇଁ ପୂର୍ବ ରାଜସ୍ଥାନ ଓ ଗୁଜରାଟର କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ରହିବ ବୋଲି ମଧ୍ୟ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇ ଗୁଜାରାଟରେ ଲ୍ୟାଣ୍ଡଫଲ କରିଥିବା ତଉକତେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବା ବେଳେ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।

ଗୁଜରାଟର ୨୦୦ରୁ ଅଧିକ ତାଲୁକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରୁଥିବା ବେଳେ ଅମରେଲି, ଗିର ସୋମନାଥ, ଜୁନାଗଡ଼, ପୋରବନ୍ଦର, ରାଜକୋଟ, ଭାବନଗର ଓ ବୋତାଦ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ବାତ୍ୟା ଯୋଗୁ ୫,୯୫୧ଟି ଗାଁରେ ବିଜୁଳି ଯୋଗାଣ ଠପ ହୋଇଯାଇଛି। ୭୦ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ୪ଟି ୨୨୦ କେଭି ସବ ଷ୍ଟେସନ ନଷ୍ଟ ହୋଇଯାଇଛି। ବାତ୍ୟାରେ ୧୬୫ଟି ୬୬ କେଭି ସବ ଷ୍ଟେସନ ମଧ୍ୟରୁ ୬୮ଟି କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ଏବେ କାର୍ଯ୍ୟକ୍ଷମ କରାଯାଉଛି।

ବାତ୍ୟାର ପଞ୍ଝାରେ ପଡ଼ିଥିବା ଅଞ୍ଚଳରେ ୪୨୫ଟି କୋଭିଡ ହସ୍ପିଟାଲ ଥିଲା। ଏହା ମଧ୍ୟରୁ ୧୨୨ଟିରେ ବିଜୁଳି ସମସ୍ୟା ଦେଖାଦେଇଛି। ଏବେ ୮୩ଟି ହସ୍ପିଟାଲରେ ବିଜୁଳି ଯୋଗାଣ ହୋଇ ସାରିଛି।

The post ଦୁର୍ବଳ ହେଲା ତଉକତେ: ତଥାପି ବିଭିନ୍ନ ରାଜ୍ୟରେ ବର୍ଷା ଆଶଙ୍କା, ଘଟିଛି ବ୍ୟାପକ କ୍ଷୟକ୍ଷତି appeared first on Odisha Reporter.



from Odisha Reporter https://ift.tt/3hFYNgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages