ବନ୍ଦ ରହିବ ନିୟମିତ ‘ମୋ ବସ୍’ ସେବା, କିନ୍ତୁ କାହା ପାଇଁ ଚାଲିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ବନ୍ଦ ରହିବ ନିୟମିତ ‘ମୋ ବସ୍’ ସେବା, କିନ୍ତୁ କାହା ପାଇଁ ଚାଲିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂରା ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବର୍ଦ୍ଧିତ ଲକ୍‌ଡାଉନ୍‌ରେ ସାଧାରଣ ପରିବହନ, ଯେପରିକି ବସ୍ ଚଳାଚଳ ବନ୍ଦ ରହିବ। ଏହି କ୍ରମରେ ମୋ ବସ୍‌ର ନିୟମିତ ସେବା ମଧ୍ୟ ବନ୍ଦ ରହିବ।

କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ବର୍ଦ୍ଧିତ ଲକ୍‌ଡାଉନ୍‌ରେ  ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି। ତେବେ ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ। ସେହିପରି ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ୍ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।


ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଯଥେଷ୍ଟ ବଢ଼ିଛି। ଏବେ ପ୍ରାୟ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ସୂଚନା ଆସୁଛି। ବର୍ଦ୍ଧିତ ସଂକ୍ରମଣକୁ ଦେଖି ମେ’ ୫ ତାରିଖରୁ ମେ’ ୧୯ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ପରେ ସ୍ଥିତିକୁ ଦେଖି ରାଜ୍ୟ ସରକାର ଗତକାଲି ଏହାକୁ ଜୁନ୍ ପହିଲା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଗତକାଲି ବର୍ଦ୍ଧିତ ଲକ୍‌ଡାଉନ୍‌ ଅବଧି ସଂପର୍କରେ ଘୋଷଣା କଲା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ ଯେ ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ ସ୍ଥିର ରହିଛି। ଆଗକୁ ଏହା ନିଶ୍ଚିତ କମିବ।

The post ବନ୍ଦ ରହିବ ନିୟମିତ ‘ମୋ ବସ୍’ ସେବା, କିନ୍ତୁ କାହା ପାଇଁ ଚାଲିବ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2Sad6iP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages